ବିଚାରପତିଙ୍କୁ ନେଇ ଟିପ୍ପଣୀ ମାମଲା, ଇମ୍ରାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି…

ଇସଲାମାବାଦ,୧।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଏବେ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ବିଚାରପତିଙ୍କୁ ନେଇ ଟିପ୍ପଣୀ ଦେଇଥିବା ମାମଲାରେ ସଲାମାବାଦର ମାରଗଲ୍ଲା ପୋଲିସ ଷ୍ଟେଶନର ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ପିଟିଆଇ ପ୍ରମୁଖଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଇମ୍ରାନ ଅଗଷ୍ଟ ୨୦ରେ ଅତିରିକ୍ତ ଜିଲା ବିଚାରପତି ଜେବା ଚୌଧୁରୀଙ୍କ ବିରୋଧରେ ଟିପ୍ପଣୀ କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇଥିଲା।

Share