ନୂଆଦିଲ୍ଲୀ,୩।୧୧: ଦିଲ୍ଲୀରେ ବାୟୁ ପ୍ରଦୁଷଣ ଅଧିକ ଖରାପ ଆଡ଼କୁ ଯାଉଥିବାରୁ ଜାତୀୟ ରାଜଧାନୀ ଅଞ୍ଚଳର ରାସ୍ତାରେ ୪ ଚକିଆ ହାଲୁକା ଡିଜେଲ ଯାନ ଚଳାଚଳ ବନ୍ଦ କରିବାକୁ ଗୁରୁବାର କେନ୍ଦ୍ରୀୟ କମିଟି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଫଳରେ ରାଜଧାନୀରେ ଟ୍ରକ୍ ପ୍ରବେଶକୁ ନିଷିଦ୍ଧ କରାଯାଇଛି। ବାୟୁ ମାନ ପରିଚାଳନା କମିଶନ(ସିଏକ୍ୟୁଏମ୍) ପକ୍ଷରୁ ଜାରି କଟକଣାରୁ ବିଏସ୍-୬ ଯାନ ଏବଂ ଜରୁରୀ ତଥା ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ଗାଡ଼ିକୁ ବାଦ୍ ଦିଆଯାଇଛି। ଏହା ବ୍ୟତୀତ ଶିକ୍ଷାନୁଷ୍ଠାନ, ଅଣଅତ୍ୟାବଶ୍ୟକ ବ୍ୟବସାୟିକ କାର୍ଯ୍ୟ ବନ୍ଦ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। ସେହିପରି ଯୁଗ୍ମ-ଅଯୁଗ୍ମ ସୂତ୍ରରେ ଗାଡ଼ି ଚଳାଚଳ ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି କମିଶନ କହିଛନ୍ତି।