Categories: ବାଣିଜ୍ୟ

ଖସିଲା କମର୍ସିଆଲ ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୬: ଗତ କିଛି ମାସ ହେବ କ୍ରମାଗତ ଭାବେ କମର୍ସିଆଲ ଗ୍ୟାସ୍‌ ଦର ହ୍ରାସ ପାଉଥିବାବେଳେ ଘରୋଇ ଗ୍ୟାସ୍‌ ମୂଲ୍ୟ ସ୍ଥିର ରହିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ମାସରେ କମର୍ସିିଆଲ ଗ୍ୟାସ ୍‌(୧୯କେଜି) ଦର ୮୩.୫୦ ଟଙ୍କା ହ୍ରାସ ଘଟିିଥିବା ବେଳେ ଘରୋଇ ଗ୍ୟାସ୍‌ (୧୪.୨ କେଜି) ଦର ଅପରିବର୍ତ୍ତିତ ରହିଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଇନ୍ଧନ ବିପଣନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଗୁରୁବାର ୨୦୨୩ ମେ ମାସ ପାଇଁ ନୂତନ ଗ୍ୟାସ୍‌ ଦର ସୂଚୀ ପ୍ରକାଶ କରାଯାଇଛି। ଏପରିକି ନୂଆଦିଲ୍ଲୀରେ ୧୯କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ଉପରରେ ୯୩.୫୦ ଟଙ୍କା କମି ୧୭୭୩ ଟଙ୍କାରେ ରହିଛି। ଅପରପକ୍ଷରେ କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ସହରରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ଯଥାକ୍ରମେ ୧୮୭୫.୫୦ ଟଙ୍କା, ୧୭୨୫ ଟଙ୍କା ଏବଂ ୧୯୭୩ ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଉପରୋକ୍ତ ସହରଗୁଡିକରେ ଘରୋଇ ଗ୍ୟାସ୍‌ (୧୪.୨ କେଜି) ଦର ପୂର୍ବଭଳି ସ୍ଥିର ରହିଛି।

Share