ଭୁବନେଶ୍ୱର,୨।୧: ନୂତନ ବର୍ଷ ଆରମ୍ଭରୁ ଉପଭୋକ୍ତାଙ୍କ ପାଇଁ ଭଲ ଖବର ଇନ୍ଧନ ବିପଣନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଦିଆଯାଇଛି। ୧୯ କିଲୋ ବିଶିଷ୍ଟ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଉପରେ ୧୦୨.୫୦ ଟଙ୍କା ହ୍ରାସ କରାଯାଇଛିି। ଫଳରେ କମ୍ପାନୀ ପକ୍ଷରୁ ହ୍ରାସ କରାଯାଇଥିବା ଦର ୨୦୨୨ ଜାନୁୟାରୀ ୧ ଠାରୁ ଲାଗୁ ହେବ ବୋଲି ସୂଚନା ମିଳିଛି। ଏହି ଦର ହ୍ରାସ ଯୋଗୁ ଦିଲ୍ଲୀରେ ୧୯ କିଲୋ ବିଶିଷ୍ଟ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୧୯୯୮.୫୦ ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡ଼ିଛି। ଗତ ଡିସେମ୍ବର ୧ରେ ୧୯ କିଲୋ ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା। ପୂର୍ବରୁ ଦିଲ୍ଲୀରେ ଏହାର ଦର ୨,୧୦୧ ଟଙ୍କା ରହିଥିଲା। ସେହିଭଳି ଭୁବନେଶ୍ୱରରେ ମଧ୍ୟ ଏହି ସିଲିଣ୍ଡର ଉପରେ ୧୦୧.୫୦ ଟଙ୍କା ହ୍ରାସ ହୋଇ ୨୧୦୧.୫୦ ଟଙ୍କାରେ ରହିଛି। ଅପରପକ୍ଷରେ ଘରୋଇ ବ୍ୟବହାର ପାଇଁ ଥିବା ୧୪.୨ କିଲୋ, ୫ କିଲୋ ଏବଂ ୧୦ କିଲୋର ସିଲିଣ୍ଡର ମୂଲ୍ୟ ପୂର୍ବପରି ସ୍ଥିର ରହିଛି।