ବଢ଼ିଲା କମର୍ସିଆଲ ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୯ (ଅଭୟ ଦାଶ): କ୍ରମାଗତ ଦ୍ୱିତୀୟ ମାସ ଲାଗି କମର୍ସିଆଲ ଗ୍ୟାସ୍‌ (୧୯କି.ଗ୍ରା.) ଦରରେ ବୃଦ୍ଧି ଘଟିଥିବାବେଳେ ଘରୋଇ ଗ୍ୟାସ୍‌ (୧୪.୨କି.ଗ୍ରା.) ଦର ପୂର୍ବପରି ସ୍ଥିର ରହିଛି। ଏପରିକି ୨୦୨୪ ସେପ୍ଟେମ୍ବରରେ ଭୁବନେଶ୍ୱରର କମର୍ସିଆଲ ଗ୍ୟାସ (୧୯କି.ଗ୍ରା.) ଦର ୩୮ ଟଙ୍କା ବଢ଼ିଥିଲାବେଳେ ନୂଆଦିଲ୍ଲୀରେ ମଧ୍ୟ ସମାନ ଗ୍ୟାସ ଦର ୩୯ ଟଙ୍କା ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଗ୍ୟାସ୍‌ ବିପଣନକାରୀକମ୍ପାନୀଗୁଡ଼ିକ ପକ୍ଷରୁ ଚଳିତ ମାସର ନୂତନ ଦରସୂଚୀ (ନୂଆ ଦର) ରବିବାରଠାରୁ ଲାଗୁ ହୋଇଛି। ଏହି ସୂଚୀ ଅନୁଯାୟୀ ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ (୧୯କି.ଗ୍ରା.) ଦର ୩୮ ଟଙ୍କା ବଢ଼ି ୧୮୪୧ ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ (ଗତ ମାସ) କମର୍ସିଆଲ ଗ୍ୟାସ (୧୯କି.ଗ୍ରା.) ଦର ୧୮୦୩ ଟଙ୍କା ଥିଲାବେଳେ ଘରୋଇ ଗ୍ୟାସ (୧୪.୨କି.ଗ୍ରା.) ଦର ପୂର୍ବ ପରି ୮୨୯ ଟଙ୍କାରେ କାରବାର ହେଉଛି। ସେହିଭଳି ନୂଆଦିଲ୍ଲୀରେ କମର୍ସିଆଲ ଗ୍ୟାସ (୧୯କି.ଗ୍ରା.) ଦର ୩୯ ଟଙ୍କା ବୃଦ୍ଧି ପାଇ ୧୬୯୧.୫୦ ଟଙ୍କା ହୋଇଥିଲାବେଳେ ଘରୋଇ ଗ୍ୟାସ (୧୪.୨କି.ଗ୍ରା.) ଦର ୮୦୩ ଟଙ୍କାରେ ରହିଛି। ସେହିପରି କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ପ୍ରମୁଖ ସହରରେ କମର୍ସିଆଲ ଗ୍ୟାସ ଦର ଯଥାକ୍ରମେ ୧୮୦୨.୫୦ ଟଙ୍କା, ୧୬୪୪ ଟଙ୍କା ଏବଂ ୧୮୫୫ ଟଙ୍କାରେ କାରବାର ହେଉଥିଲାବେଳେ ଉପରୋକ୍ତ ସହରଗୁଡିକରେ ଘରୋଇ ଗ୍ୟାସ ଦର ଯଥାକ୍ରମେ ୮୨୯ ଟଙ୍କା, ୮୦୨.୫୦ ଟଙ୍କା ଏବଂ ୮୧୮.୫୦ଟଙ୍କାରେ କାରବାର ହେଉଛି। ଅପରପକ୍ଷରେ ୫ କେଜି ସିଲିଣ୍ଡର ଦର ୩୦୯.୫୦ ଟଙ୍କା ଥିଲାବେଳେ ୪୭.୫ କେଜି ସିଲିଣ୍ଡର ମୂଲ୍ୟ ୪୬୦୦ଟଙ୍କାରେ ପହଞ୍ଚତ୍ଛି। ଏପରିକି ବିମାନ ଇନ୍ଧନ ଦର ପ୍ରତି କିଲୋଲିଟର ପିଛା ନୂଆଦିଲ୍ଲୀରେ ୯୩,୪୮୦.୨୨ ଟଙ୍କା ଥିଲାବେଳେ କୋଲାକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ପ୍ରମୁଖ ସହରରେ ବିମାନ ଇନ୍ଧନ ଦର ପ୍ରତି କିଲୋଲିଟର ପିଛା ଯଥାକ୍ରମେ ୯୬,୨୯୮.୪୪ ଟଙ୍କା, ୮୭,୪୩୨.୭୮ ଟଙ୍କା ଏବଂ ୯୭,୦୬୪.୩୨ ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri