ନୂଆଦିଲ୍ଲୀ,୧।୪: ଜାତୀୟ ରାଜଧାନୀରେ ହ୍ରାସ ପାଇଲା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ। ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୯୧ଟଙ୍କା ୫୦ ପଇସା ହ୍ରାସ ପାଇଛି। ତେବେ ଘରୋଇ ଏଲପିଜି ଗ୍ୟାସ ବ୍ୟବହାର କରୁଥିବା ଲୋକଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ଗତମାସରେ ୧୪.୨ କେଜି ଗ୍ୟାସ ସିଲିଣ୍ଡରର ଦାମ ଯେତିକି ଥିଲା, ଆଜି ମଧ୍ୟ ସେତିକି ରହିଛି।
ମାର୍ଚ୍ଚ ମାସରେ ସରକାର କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୩୫୦ ଟଙ୍କା ବୃଦ୍ଧି କରିଥିଲେ। ହେଲେ ଏବେ ଏହାର ଦାମ ମାତ୍ର ୯୨ ଟଙ୍କା ହ୍ରାସ କରିଛନ୍ତି। ଦର ହ୍ରାସ ପାଇବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୧୯ କେଜି ଓଜନର କମର୍ସିଆଲ ଗ୍ୟାସର ଦାମ ୨୦୨୮କୁ ଖସିଛି।