କମିଲା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧୧: ନଭେମ୍ବର ମାସ ଆରମ୍ଭର ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ଆଜିଠାରୁ ଏଲପିଜ ଗ୍ୟାସ ସିଲିଣ୍ଡର ୧୧୫ ଟଙ୍କା ଶସ୍ତା ହୋଇଛି। ତେବେ ସାରା ଦେଶରେ କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ କରାଯାଇଛି। ବର୍ତ୍ତମାନ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଘରୋଇ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଗତ ଜୁଲାଇ ୬ରେ ହୋଇଥିଲା।
ଆଇଓସିଏଲ ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ୍‌ ସିଲିଣ୍ଡରର ମୂଲ୍ୟ ନଭେମ୍ବର ୧ରୁ ୧୧୫.୫ ଟଙ୍କା ହ୍ରାସ ପାଇଛି। ଏଥିସହିତ କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା ଏବଂ ଚେନ୍ନାଇରେ ୧୧୬.୫ ଟଙ୍କା ହ୍ରାସ କରାଯାଇଛି। ଏହାପୂର୍ବରୁ ଅକ୍ଟୋବର ୧ରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ହ୍ରାସ କରାଯାଇଥିଲା। ତେବେ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ପୁରୁଣା ମୂଲ୍ୟରେ ଉପଲବ୍ଧ ହେବ।

Share