ମଜୁରୀ ନେଇ RBIରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ, ଇଡି ଟିମ୍ ପହଞ୍ଚି ଆରମ୍ଭ କଲା ତନାଘନା

ଭୁବନେଶ୍ୱର,୧।୧୧: ମଜୁରୀ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ବଦଳା ଘଟଣା ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ପ୍ରବର୍ତନ ନିର୍ଦେଶାଳୟ (ଇଡି)। ଗତ କିଛି ଦିନ ହେବ ଏହି ଘଟଣା ଦୈନିକ ଦେଖିବାକୁ ମିଳିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ବୁଧବାର ପ୍ରଥମେ ଓଡ଼ିଶା ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆସି ତନାଘନା କରିବା ରେ ଇଡି ଟିମ୍ ଆସି ତଦନ୍ତ ଆରମ୍ଭ କରିଛି।

ଇଓଡବ୍ଲୁ ଅଧିକାରୀ ଘଟଣାକୁ ନେଇ କହିଛନ୍ତି ଯେ, ଏତେ ସଂଖ୍ୟକ ଲୋକ କଣ ପାଇଁ ହଠାତ୍ ଟଙ୍କା ବଦଳ ପାଇଁ ଆସିଲେ ସେଇଟାକୁ ଭେରିଫାଏ କରୁଛୁ। ଭେରିଫାଏ କରିସାରିଲେ ଜଣାପଡ଼ିବ ସମ୍ପୂର୍ଣ୍ଣ ମାମଲା କଣ।’ ଅନ୍ୟପଟେ ଆରବିଆଇ ଅଧିକାରୀ ଏହି ଆମର ନିୟମ ରହିଛି ୧୦ଟି ଲେଖାଏଁ ନୋଟ୍ ଥରକେ ବଦଳାଇପାରିବେ। ତା ଠାରୁ ଅଧିକ ଟଙ୍କା ଆକାଉଣ୍ଟରେ ଜମାହେବ। ୨ ହଜାର ଟଙ୍କାର ଲିଗାଲ ଟେଣ୍ଡର ଏବେ ବି ଅଛି। ଆମେ ଦେଖୁଛି ପ୍ରତିଦିନ ୭ଶହ ପାଖାପାଖି ଆସୁଛନ୍ତି । ଗତ ୭ଦିନରେ ପ୍ରାୟ ଦେଢ଼ କୋଟି ଭଳି ଟଙ୍କା ବଦଳ ହୋଇଛି।

ସୂଚନାଯୋଗ୍ୟ, ଗତକାଲିର ନୋଟ ବଦଳାଇବାକୁ ଲୋକମାନେ ଲମ୍ବା ଧାଡି ଲଗାଇବା ପରେ ସନ୍ଦେହ ବଢିଯାଇଥିଲା କାରଣ ପ୍ରତ୍ୟେକେ ଲୋକେ ୨୦୦୦ ଟଙ୍କା ବଦଳାଇବାକୁ ଆସିଥିଲେ। ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ପଚରାଯିବାରୁ ସେମାନଙ୍କ ମଧ୍ୟରୁ କେତେକ କହିଛନ୍ତି ଯେ ସେମାନେ ଧାଡିରେ ଠିଆ ହେବା ଏବଂ ନୋଟ୍ ବିନିମୟ ପାଇଁ ୨୦୦-୩୦୦ ଟଙ୍କା ପାଉଛନ୍ତି। ତେବେ, ସେହି ଟଙ୍କା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିଚୟ ବିଷୟରେ ସେମାନେ କହିବାକୁ ସେମାନେ ଚାହିଁନଥିଲେ।

ତେବେ ଅକ୍ଟୋବର ୭ ରେ ବ୍ୟାଙ୍କଗୁଡିକରେ ୨୦୦୦ ଟଙ୍କା ନୋଟ୍ ଜମା ଏବଂ ବିନିମୟ କରିବାର ଶେଷ ତାରିଖ ହୋଇଥିବାରୁ କଳା ଟଙ୍କାକୁ ଧଳା ରଙ୍ଗରେ ପରିଣତ କରିବାର ପ୍ରୟାସ ବୋଲି ଅଭିଯୋଗ ହୋଇଛି।

Share