୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ଲୋକଙ୍କୁ କମିଶନର୍ ପୋଲିସର ନିର୍ଦ୍ଦେଶ

ଭୁବନେଶ୍ୱର,୧୨।୨: ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ପୋଲିସ ନିକଟରେ ବନ୍ଧୁକ ଦାଖଲ କରିବାକୁ ଭୁବନେଶ୍ୱର ଏବଂ କଟକ କମିଶନରେଟ ପୋଲିସ ଲୋକଁକଆନଙ୍କୁ ନିର୍ଦ୍ଦେଶ ଦେଇଛି। ନିର୍ବାଚନ ପୂର୍ବରୁ ଅସ୍ତ୍ରଶସ୍ତ୍ର ଦାଖଲ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି। ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି କଟକ ଭୁବନେଶ୍ୱର ପୋଲିସ କମିଶନର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି।

ନିର୍ବାଚନ ସମୟରେ ଲୋକମାନଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକର ଅପବ୍ୟବହାର ନହେବାକୁ ଏହି ପଦକ୍ଷେପ ନେଇଛି। ତେଣୁ ବନ୍ଧୁକ ଲାଇସେନ୍ସ ନେଇଥିବା ବ୍ୟକ୍ତିଙ୍କୁ ଆସନ୍ତା ୨୫ ଦିନ ମଧ୍ୟରେ ନିକଟସ୍ଥ ପୋଲିସ ଷ୍ଟେସନରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯେଉଁମାନେ ଅବଧି ମଧ୍ୟରେ ଦାଖଲ କରିବାରେ ବିଫଳ ହେବେ ସେମାନଙ୍କ ବନ୍ଧୁକ ସେମାନଙ୍କର ଲାଇସେନ୍ସ ବାତିଲ ହେବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯାହାର ଲାଇସେନ୍ସ ମିଆଦ ପୂର୍ଣ୍ଣ ହୋଇଛି ସେମାନଙ୍କୁ ମଧ୍ୟ କୌଣସି ପୋଲିସ ଷ୍ଟେସନରେ ଅସ୍ତ୍ରଶସ୍ତ୍ର ଦାଖଲ କରିବାକୁ ପଡ଼ିବ ବୋଲି କୁହାଯାଇଛି।

ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ୮୬ ଜଣ ଲୋକ ରାଜଧାନୀରୁ ବନ୍ଧୁକ ଲାଇସେନ୍ସ ନେଇଛନ୍ତି। ମତଦାନକୁ ଉତ୍ତେଜନା ଏବଂ ହିଂସା ମୁକ୍ତ କରିବା ପାଇଁ ବନ୍ଧୁକ ପୋଲିସ ନିକଟରେ ଦାଖଲ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Share