ଛୋଟ ବେପାରୀଙ୍କୁ ଧରି ବାଃ ବାଃ କମିଶନରେଟ ପୋଲିସ

ଭୁବନେଶ୍ୱର, ୧୨ା୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ଚରମ ସୀମାରେ। ବାଂଲାଦେଶ ଓ ପଶ୍ଚିମବଙ୍ଗରୁ ଭାୟା ବାଲେଶ୍ୱର ଦେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହା ଚାଲାଣ ହେଉଛି। ବିଶେଷକରି ଭୁବନେଶ୍ୱରକୁ ନିଶା ବେପାରୀମାନେ ଆଡ୍ଡାସ୍ଥଳ କରିଛନ୍ତି। ସହର ଉପକଣ୍ଠରେ ଆଡ୍ଡା ଜମାଇ ସେମାନଙ୍କ କାରବାରକୁ ବଢ଼ାଇ ଚାଲିଛନ୍ତି। ବିଶେଷକରି ର଼୍ୟାକେଟରେ ଯୁବକ ଓ ମହିଳାଙ୍କୁ ସାମିଲ କରି ଛୋଟ ଛୋଟ ବେପାରୀ ଓ ଏଜେଣ୍ଟଙ୍କ ଜରିଆରେ ଏହି ଧଳାଜହରକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଯାଉଛି। ଏହି ବେଆଇନ କାରବାର ରୋକିବାକୁ ୨୦୨୧ ଅଗଷ୍ଟରୁ ‘ହ୍ବାଇଟ୍‌ ସ୍ପାଇଡର’ ଅଭିଯାନ ଆରମ୍ଭ କରି କମିଶନରେଟ ପୋଲିସ କେବଳ ଛୋଟ ବେପାରୀଙ୍କୁ ଧରି ବାଃ ବାଃ ନେଉଛି। ଏପରିକି ଧରାପଡ଼ୁଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଅନେକ ହେଉଛନ୍ତି ଗ୍ରାହକ। ହେଲେ ବଡ଼ ଡିଲର ଓ ର଼୍ୟାକେଟ ମୁଖ୍ୟଙ୍କ ପାଖରେ ପୋଲିସ ପହଞ୍ଚତ୍ବାରେ ବିଫଳ ହେଉଛି। କମିଶନରେଟ ପୋଲିସର ଗତ ୩ ବର୍ଷର ତଥ୍ୟରୁ ଏହା ଜଣାପଡ଼ିଛି। ବିପୁଳ ପରିମାଣରେ ବ୍ରାଉନସୁଗାର ଭୁବନେଶ୍ୱରକୁ ଆସୁଛି। ହେଲେ ଅଧିକାଂଶ ମାମଲାରେ ଅଭିଯୁକ୍ତଙ୍କଠାରୁ ମାତ୍ର ୧୦ଗ୍ରାମ, ୨୦ ଗ୍ରାମ, ୫୦ଗ୍ରାମ୍‌ର ବ୍ରାଉନସୁଗାର ଜବତ କରି ଅଭିଯାନ ସଫଳ ହେଉଥିବା ପୋଲିସ ଦର୍ଶାଉଛି। ‘ହ୍ବାଇଟ୍‌ ସ୍ପାଇଡର’ ଅଭିଯାନ ଆରମ୍ଭ ହେବା ପୂର୍ବରୁ ପୋଲିସ ୨୦୨୧ ଜୁଲାଇରେ କେଶୁରାରେ ଚଢ଼ାଉ କରି ୫୫୦ ଗ୍ରାମ ବ୍ରାଉନସୁଗାର ଜବତ କରି ୨ଜଣଙ୍କୁ ଗିରଫ କରିଥିଲା। ହେଲେ ଏହି ଅପରେଶନ୍‌ ଆରମ୍ଭ ହେବା ପରେ ପୋଲିସ ସେଭଳି ସଫଳତା ପାଇନାହିଁ।
କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଭୁବନେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରି ବଡ଼ ଡିଲରଙ୍କୁ ଗିରଫ କରୁଥିବାବେଳେ କମିଶନରେଟ ପୋଲିସ ଛୋଟମୋଟଙ୍କୁ ଧରି ଖୁସି ହେବା ହାସ୍ୟାସ୍ପଦ ବୋଲି ଆଲୋଚନା ହେଉଛି। ଗତ ମେ ତୃତୀୟ ସପ୍ତାହରେ ଏସ୍‌ଟିଏଫ୍‌ ଭୁବନେଶ୍ୱର ୟୁନିଟ-୮ସ୍ଥିତ ଏକ ସରକାରୀ କ୍ୱାର୍ଟରରେ ଚଢ଼ାଉ କରି ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗାର ଜବତ କରି ସେଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେହିପରି ୨୦୨୨ ନଭେମ୍ବରରେ ଏସ୍‌ଟିଏଫ୍‌ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ୧ କେଜି ୫ ଗ୍ରାମର ବ୍ରାଉନସୁଗାର ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ହେଲେ ଦକ୍ଷ ପୋଲିସ ଅଧିକାରୀଙ୍କୁ ନେଇ କାର୍ଯ୍ୟ କରୁଥିବା କମିଶନରେଟ ପୋଲିସ ବଡ଼ ଡିଲରଙ୍କୁ ଧରି ନ ପାରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସର ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରୁ କମିଶନରେଟ ପୋଲିସ ୨୦୨୧ରେ ୯୮ଜଣଙ୍କୁ ଗିରଫ କରି ୭ କେଜି ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ୨୦୨୨ରେ ୯୪ଟି ମାମଲାରେ ୧୭୨ଜଣଙ୍କୁ ଗିରଫ କରିବା ସହ ୨ କେଜି ୫୫୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ସେହିଭଳି ଚଳିତବର୍ଷ ଜାନୁୟାରୀରୁ ମେ’ ପର୍ଯ୍ୟନ୍ତ ୩୧ ମାମଲାରେ ୫୯ଜଣ ଗିରଫ ହୋଇଥିବାବେଳେ ମୋଟ ୩୬୫.୭୫ ଗ୍ରାମ ବ୍ରାଉନସୁଗାର ଅର୍ଥାତ୍‌ ଜାନୁୟାରୀରେ ୧୨ଜଣଙ୍କଠାରୁ ୯୪ ଗ୍ରାମ, ଫେବୃୟାରୀରେ ୧୪ ଜଣଙ୍କଠାରୁ ୮୫.୬୬ ଗ୍ରାମ, ମାର୍ଚ୍ଚରେ ୧୦ଜଣଙ୍କଠାରୁ ୫୮.୧୨ ଗ୍ରାମ, ଏପ୍ରିଲରେ ୧୦ଜଣଙ୍କଠାରୁ ୩୭.୨୫ ଗ୍ରାମ ଓ ମେ’ରେ ୧୨ଜଣଙ୍କଠାରୁ ୭୮.୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ତେବେ ଏସବୁ ମାମଲାରେ ପୋଲିସ ବଡ଼ ଡିଲରଙ୍କୁ ଧରିବାକୁ ମନ ବଳଉ ନାହିଁ। ପ୍ରାୟତଃ ଅଧିକାଂଶ ମାମଲାରେ ଅଭିଯୁକ୍ତଙ୍କ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଲିଙ୍କ୍‌ ରହୁଛି। ସେମାନେ କେଉଁ ବଡ଼ ଡିଲରଙ୍କଠାରୁ ବ୍ରାଉନସୁଗାର ଆଣିଥିଲେ, ଏହି ନେଟ୍‌ୱର୍କ କେମିତି ଚାଲୁଛି – ଏସବୁ ଦିଗ ପ୍ରତି ପୋଲିସ ତଦନ୍ତ କରୁନାହିଁ। ଏପରିକି ଏହି ମାମଲାରେ ବଡ଼ ବେପାରୀଙ୍କୁ ଧରିବାକୁ ପୋଲିସ ରାଜ୍ୟ ବାହାରକୁ ମଧ୍ୟ ଯାଉନାହିଁ। ଛୋଟ ଗ୍ରାହକ ତଥା ବେପାରିଙ୍କ ନାଁରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରି ପୋଲିସ ନିଜ କାମ ସାରି ଦେଇ ଚୁପ ବସୁଥିବା ଦେଖିବାକୁ ମିଳୁଛି।

ସତ୍ୟଜିତ୍‌ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ

ଭୁବନେଶ୍ୱର,୨୮।୧୦: ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭...

କେଉଁ ଦିନ ପାଳନ କରିବେ ଦୀପାବଳି, ୩୧ ନା ୧, ଦ୍ୱନ୍ଦରେ ଅଛନ୍ତି କି?

ଭୁବନେଶ୍ୱର,୨୮।୧୦: ପୂର୍ବରୁ ଅନେକ ପର୍ବପର୍ବାଣୀ ଦୁଇଦିନ ପଡ଼ିଥିବାବେଳେ ଏବେ ଦୀପାବଳିକୁ ନେଇ ପୁଣି ଦ୍ବନ୍ଦ୍ବ ଦେଖାଦେଇଛି । ବିଭିନ୍ନ ପାଞ୍ଜିରେ ଏନେଇ ଭିନ୍ନ ଭିନ୍ନ ଦିନ...

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୧୦: ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି...

ଘଡ଼ଘଡି ସହ ହେବ ପ୍ରବଳ ବର୍ଷା: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୧୦: ଉପକୂଳବର୍ତ୍ତୀ ଓଡିଶା ଉପରେ ଊର୍ଦ୍ଧ୍ୱ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛିି। ଏହି କ୍ରମରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

ଆଇନ ମନ୍ତ୍ରୀ ଦେଲେ ବଡ଼ ସୂଚନା: ସରକାର ଆଣିବେ ଏକ ନୂଆ ଯୋଜନା, ଏଥିରେ ରହିଛି…

ଭୁବନେଶ୍ୱର,୨୮ା୧୦: ମଠ ମନ୍ଦିର ସୁରକ୍ଷା ପାଇଁ ଏଣିକି ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’। ନୂଆ ଯୋଜନା...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ପ୍ରତି ରାତିରେ ଭିଣୋଇ ସାଜୁଥିଲେ ସଇତାନ: ଶାଳୀଙ୍କୁ ନିଶା ଦେଇ କରୁଥିଲେ ବଳାତ୍କାର ପରେ…

ଭୁବନେଶ୍ୱର,୨୮।୧୦: ପ୍ରତି ରାତିରେ ଭିଣୋଇ ସାଜୁଥିଲା ନର ରାକ୍ଷାସ। ରାତିରେ ଜାଗ୍ରତ ହେଉଥିଲା ତାଙ୍କର ସଇତାନ ପ୍ରକୃତି। ଶାଳୀଙ୍କ ବିସ୍ବାସରେ ଦେଇ ଚାଲିଥିଲା ବିଷ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri