ଭୁବନେଶ୍ୱର,୨୦।୧୦(ବ୍ୟୁରୋ):ପାର୍ବଣ ସମୟରେ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି କମିଶନରେଟ୍ ପୋଲିସ। ଦାଦାବଟି ରୋକିବାକୁ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ପୋଲିସ ଡିଜି ଅଭୟ। ଏହି ହେଲ୍ପ ଲାଇନ ନମ୍ବର ହେଲା ୯୯୩୮୯୧୦୦୦୦। ଏହି ହେଲ୍ପଲାଇନ ନମ୍ବର ଭୁବନେଶ୍ୱର ଓ କଟକରେ କାମ କରିବ । ମେସେଜ ମାଧ୍ୟମରେ ମଧ୍ୟ ଅଭିଯୋଗ କରିହେବ ବୋଲି ଡିଜିପି ସୂଚନା ଦେଇଛନ୍ତି। ଅଭିଯୋଗକାରୀ ଯଦି ଚାହିଁବେ ସେମାନଙ୍କ ନାଁ ଗୁପ୍ତ ରଖାଯିବ। ସୂଚନାଯୋଗ୍ୟ, ପାର୍ବଣ ସମୟରେ ପୋଲିସ ପକ୍ଷରୁ ଏକ ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ କରାଯାଇଛି। ଦାଦାବଟି ଉପରେ ଏହା ଅଧିକ ଫୋକସ କରିବ। ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ।