Categories: ଜାତୀୟ

‘ ଭୁଲ ହୋଇଗଲା, ଦିଦି ମୋତେ କ୍ଷମା କର ’

କୋଲକାତା, ୨୩।୫ : ମୋର ଭୁଲ ହୋଇଗଲା, ଦିଦି (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ମୋତେ କ୍ଷମାକର। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଭାଜପା ଛାଡ଼ି ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଫେରିବାକୁ ଚାହୁଁଥିବା ସାରାଳା ମୁର୍ମୁ ଏଭଳି କହିଛନ୍ତି।

ନିର୍ବାଚନ ପୂର୍ବରୁ ଚାହୁଁଥିବା ଆସନରୁ ଟିକେଟ୍‌ ନ ମିଳିବାରୁ ମୁର୍ମୁ ଟିଏମ୍‌ସି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଏବେ ଟିଏମ୍‌ସିକୁ ଫେରିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି। ତାଙ୍କ ପୂର୍ବରୁ ସୋନାଲି ଗୁହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସମାନ ଅନୁରୋଧ କରିଥିଲେ।

ଭାଜପାରେ ସାମିଲ ହୋଇ ମୁଁ ଭୁଲ କରିଦେଇଛି। ଯଦି ମୋତେ ଦିଦି କ୍ଷମା କରି ଦିଅନ୍ତି, ତେବେ ମୁଁ ତାଙ୍କ ସହ ଦଳ ପାଇଁ କାର୍ଯ୍ୟ କରିବି ବୋଲି ମୁର୍ମୁ କହିଛନ୍ତି। ତେବେ ନିର୍ବାଚନ ଲଢ଼ିବା ପାଇଁ ମୁର୍ମୁଙ୍କୁ ମାଲଦାର ହବିବପୁର ଆସନରୁ ଟିକେଟ୍‌ ମିଳିଥିଲା। କିନ୍ତୁ ସେ ଚାହୁଁଥିଲେ ମାଲଦାହା ନିର୍ବାଚନ ମଣ୍ଡଳିରୁ ଲଢ଼ିବାକୁ। ଉଲ୍ଲେଖଯୋଗ୍ୟ, ଟିଏମ୍‌ସିର ପୂର୍ବତନ ବିଧାୟିକା ସୋନାଲି ଲିଖିତ ଆକାରରେ ଦିଦିଙ୍କୁ କ୍ଷମାପ୍ରାର୍ଥନା କରିଥିଲେ।

Share