ଭାରତ ସହ ଘନିଷ୍ଠ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତିବଦ୍ଧ: ଟ୍ରୁଡୋ

ମୋଣ୍ଟ୍ରିଲ୍‌,୩୦ା୯ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବାର ବିଶ୍ୱାସଯୋଗ୍ୟ ଅଭିଯୋଗ ସତ୍ତ୍ୱେ କାନାଡା ଭାରତ ସହ ଘନିଷ୍ଠ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏହାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଛନ୍ତି। ବିଶ୍ୱବ୍ୟାପୀ ଭାରତର ପ୍ରଭାବ ବଢ଼ୁଥିବାବେଳେ କାନାଡା ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ନୂଆଦିଲ୍ଲୀ ସହ ସମ୍ପର୍କରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଟ୍ରୁଡୋ ମୋଣ୍ଟ୍ରିଲ୍‌ରେ ଏକ ଖବରଦାତା ସମ୍ମିଳନୀକୁ କହିଛନ୍ତି। ଭାରତ ଅଭିବୃଦ୍ଧିଶୀଳ ଆର୍ଥତ୍କ ଶକ୍ତି ଏବଂ ଭୂରାଜନୈତିକ ପରିପ୍ରେକ୍ଷୀରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ ଗତବର୍ଷ ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତିରେ ସାମିଲ ହୋଇଥିବାରୁ ଭାରତ ସହ ଘନିଷ୍ଠ ସମ୍ପର୍କ ସ୍ଥାପନକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛୁ ବୋଲି ଟ୍ରୁଡୋ ଖବରଦାତାମାନଙ୍କୁ କହିଛନ୍ତି।

Share