Categories: ଜାତୀୟ

ସରକାରୀ କର୍ମଚାରୀଙ୍କ ପେନ୍‌ସନ ସୁବିଧାରେ ଉନ୍ନତି ଲାଗି କମିଟି ଗଠିତ

ନୂଆଦିଲ୍ଲୀ,୮ା୪: ଜାତୀୟ ପେନ୍‌ସନ ଯୋଜନା(ଏନ୍‌ପିଏସ୍‌)ରେ ସରକାରୀ କର୍ମଚାରୀମାନଙ୍କୁ ମିଳୁଥିବା ପେନ୍‌ସନ ସୁବିଧାରେ ଉନ୍ନତି ଲାଗି କେନ୍ଦ୍ର ସରକାର ଅର୍ଥ ସଚିବ ଟି.ଭି. ସୋମନାଥନ୍‌ଙ୍କ ନେତୃତ୍ୱରେ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି। ସରକାରୀ କର୍ମଚାରୀଙ୍କୁ ପେନ୍‌ସନ ବ୍ୟବସ୍ଥାର ସମୀକ୍ଷା ପାଇଁ କମିଟି ଗଠନ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗତ ମାସରେ ଘୋଷଣା କରିଥିଲେ। ତେବେ ଏହି କମିଟି କେତେଦିନ ମଧ୍ୟରେ ସରକାରଙ୍କୁ ସୁପାରିସ ପ୍ରଦାନ କରିବ ତାହା ଧାର୍ଯ୍ୟ ହୋଇନାହିଁ। ଏନ୍‌ପିଏସ୍‌ର ବର୍ତ୍ତମାନର ବ୍ୟବସ୍ଥା ଓ ନିୟମାବଳୀରେ କୌଣସି ପରିବର୍ତ୍ତନ କରାଯାଇପାରିବ କି ନାହିଁ, ତାହା କମିଟି ଅନୁଧ୍ୟାନ କରିବ। ଏହା ବ୍ୟତୀତ ସୀମିତ ବଜେଟ ମଧ୍ୟରେ କ’ଣ କରାଗଲେ ପେନ୍‌ସନଭୋଗୀ ଅଧିକ ଉପକୃତ ହେବେ ସେ ନେଇ କମିଟି ପ୍ରସ୍ତାବ ଦେବ।

Share