ଅଜ୍ଞାତବାସରେ ସମିତି ସଭ୍ୟ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ସରିଲା ନିର୍ବାଚନ ପ୍ରକାଶ ପାଇଲା ଫଳାଫଳ। ବର୍ତମାନ ଅଧକ୍ଷ ପଦ ପାଇଁ ଘୋଡ଼ା ବେପାର ଆରମ୍ଭ ହୋଇଛି। ନବନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟମାନେ ବର୍ତ୍ତମାନ ଅଜ୍ଞାତବାସରେ ଥିବା ଜଣାପଡିଛି। ୧୫ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ଅଧକ୍ଷ ପଦ ହାତେଇବାକୁ ହେଲେ ମ୍ୟାଜିକ୍‌ ୮ ସମିତି ସଭ୍ୟ ଆବଶ୍ୟକ । ଭାଜପା ଓ ବିଜେଡି ମଧ୍ୟରେ କଡା ମୁକାବିଲା ହେବା ଏକ ପ୍ରକାର ନିଶ୍ଚିତ। ଗତ ନିର୍ବାଚନରେ ବିଜେଡି ସଂଖ୍ୟା ଗରିଷ୍ଠ ଥାଇ ମଧ୍ୟ ଅଧକ୍ଷ ପଦ ହାତେଇବାରେ ଅସଫଳ ହୋଇଥିଲା। ଭାଜପାର ପ୍ରଶାନ୍ତ କୁମାର ନାୟକ ଅଧ୍ୟକ୍ଷ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ଦେଖିବାକୁ ବାକିରହିଛି।

Share