Categories: ଖେଳ

ବ୍ୟାଡ୍‌ମିଣ୍ଟନ: ଉଦ୍‌ଘାଟନୀ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ୍‌, ୨୯ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତ ଏହାର ଉଦ୍‌ଘାଟନୀ ମୁକାବିଲାରେ ବିଜୟ ହାସଲ କରିଛି। ପାକିସ୍ତାନ ବିପକ୍ଷରେ ୩-୦ରେ ଅଗ୍ରଣୀ ସହ ଲଢ଼େଇକୁ ଜିତିନେଇଛି। ପ୍ରଥମେ ବି. ସୁମିଥ୍‌ ରେଡ୍ଡୀ ଓ ମାଚିମାଣ୍ଡା ପୋନ୍ନାପ୍ପା ମିକ୍ସଡ ଡବଲ୍ସରେ ୨୧-୯, ୨୧-୧୨ରେ ମହମଦ ଇର୍ଫାନ ସଇଦ୍‌ ଭଟ୍ଟି ଓ ଘଜ୍‌ଲା ସିଦ୍ଦିକ୍‌ଙ୍କୁ ହରାଇ ଭାରତକୁ ୧-୦ରେ ଅଗୁଆ କରାଇଥିଲେ। ପରେ ପୁରୁଷ ସିଙ୍ଗଲ୍ସରେ କିଡାମ୍ବି ଶ୍ରୀକାନ୍ତ ୨୧-୭, ୨୧-୧୨ରେ ମୁରାଦ ଅଲିଙ୍କୁ ସହଜରେ ହରାଇ ଦେଇଥିଲେ। ମହିଳା ସିଙ୍ଗଲ୍ସରେ ପି. ଭି. ସିନ୍ଧୁ ମଧ୍ୟ ସହଜ ବିଜୟ ଲାଭ କରିଥିଲେ। ସେ ମାହୁର ଶାହାଜାଦ୍‌ଙ୍କୁ୨୧-୭, ୨୧-୬ରେ ପରାସ୍ତ କରିଥିଲେ।

Share