Categories: ଖେଳ

ସ୍ବର୍ଣ୍ଣ ଜିତିଲେ ପିଭି ସିନ୍ଧୁ

ବର୍ମିଂହାମ,୮।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶେଷ ଦିନରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ମ୍ୟାଚରେ କାନାଡାର ମିସେଲ ଲିଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ମଧ୍ୟ ସେମିଫାଇନାଲ ମ୍ୟାଚରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଏହାକୁ ବଜାୟ ରଖି ସ୍ବର୍ଣ୍ଣ ଜିତିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ପାଇଁ ଏହା ହେଉଛି ୧୯ତମ ସ୍ବର୍ଣ୍ଣ ପଦକ।
ସୂଚନାଯୋଗ୍ୟ, ବ୍ୟାଡମିଣ୍ଟନରେ ଏହା ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ। ଭାରତ ବର୍ତ୍ତମାନ ୧୯ଟି ସ୍ବର୍ଣ୍ଣ ପଦକ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ସ୍ବର୍ଣ୍ଣ ସହିତ ଭାରତ ମଧ୍ୟ ୧୫ଟି ରୌପ୍ୟ ଏବଂ ୨୨ଟି ବ୍ରୋଞ୍ଜ ପଦକ ଜିତିଛି। ବର୍ତ୍ତମାନ ଭାରତରେ ମୋଟ ୫୬ଟି ପଦକ ରହିଛି।

Share