ନବୀନଙ୍କ ବୟାନ ପରେ ଗୃହରେ ହଙ୍ଗାମା, ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଗଲେ ତାରା, ତା’ପରେ…

ଭୁବନେଶ୍ୱର,୨୯।୭: ବିଧାନସଭାରେ ବିରୋଧୀ ଦଳ ନେତା ନବୀନଙ୍କ ବୟାନ ପରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇ ହଙ୍ଗାମା କରିଛନ୍ତି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ୩୦ ମିନିଟ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି। ଏହାପୂର୍ବରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଗୃହ ମୁଲତବୀ ଥିଲା।

ବଜେଟ ଆଲୋଚନା ବେଳେ ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବଜେଟ ଗେମ ଚେଞ୍ଜର ନୁହେଁ, ନେମ ଚେଞ୍ଜର। ବିଜେଡି ସରକାରର ୮୦%ରୁ ଅଧିକ ଯୋଜନା ଆପଣେଇଛନ୍ତି ନୂଆ ସରକାର୧ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି । ସୁଭଦ୍ରା ପାଇଁ ୧ ଲକ୍ଷ କୋଟି ଦରକାର ହେଲେ ବଜେଟରେ ୧୦ ହଜାର କୋଟି ଅଛି। ଯାହାକୁ ନେଇ ଗୃହରେ ଜୋରଦାର ହଟ୍ଟଗୋଳ ହୋଇଛି।

Share