Posted inଜାତୀୟ

ସାମ୍ପ୍ରଦାୟିକ ଉତ୍ତେଜନା: ସ୍କୁଲ ବନ୍ଦ,ଇଣ୍ଟରନେଟ୍‌ ସେବା ବନ୍ଦ

ଉଦୟପୁର,୧୭।୮: ରାଜସ୍ଥାନର ଉଦୟପୁର ସହରର ଏକ ସରକାରୀ ସ୍କୁଲ୍‌ରେ ଶୁକ୍ରବାର ୨ ଭିନ୍ନ ସମ୍ପ୍ରଦାୟର ଛାତ୍ରଙ୍କ ମଧ୍ୟରେ ବଚସାରୁ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କୁ ଭିନ୍ନ ସମ୍ପ୍ରଦାୟର ସହପାଠୀ ଛୁରାମାଡ଼ କରିଥିଲେ। ଏହାକୁ ନେଇ ଉକ୍ତ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦୟପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିଛି। ଏହାସହ ସ୍କୁଲ ବନ୍ଦ ଘୋଷଣା କରାଯାଇଛି।

ସୁରଜପୋଲ୍‌ ଥାନା ଅଞ୍ଚଳରେ ପୂର୍ବାହ୍ନ ୧୦ଟା ୩୦ରେ ଛୁରାମାଡ଼ ଘଟଣା ଘଟିଥିଲା। ହିନ୍ଦୁ ସଂଗଠନ ପକ୍ଷରୁ ସହରର ମାର୍କେଟ ଅଞ୍ଚଳରେ ଥିବା ଦୋକାନବନ୍ଦାର ବନ୍ଦ କରାଯାଇଥିଲା। ଏହାର କିଛି ସମୟ ପରେ ଉତ୍ତ୍ୟକ୍ତ ଲୋକେ ଟେକାମାଡ଼ କରିବା ସହ ଗାଡ଼ି ପୋଡ଼ାଜଳା କରିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ଚିକିତ୍ସା ପରେ ଆହତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି। ଆକ୍ରମଣ କରିଥିବା ଛାତ୍ର ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LOC ନିକଟରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ଶହୀଦ, ୨ ଶ୍ରମିକ ମୃତ

ଶ୍ରୀନଗର,୨୪।୧୦: ଜମ୍ମୁ କଶ୍ମୀରର ଏଲଓସି ନିକଟରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି। ଆତଙ୍କବାଦୀମାନେ ସେନା ଗାଡିକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଯବାନ...

‘ଦାନା’ ଲ୍ୟାଣ୍ଡଫଲ କରିବା ପୂର୍ବରୁ ନିଖୋଜ ହେଲେ ୧୬ ମତ୍ସଜୀବୀ

କୋଲକାତା,୨୪।୧୦: ବାତ୍ୟା ‘ଦାନା’ ଆସିବା ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ଶମଶେରଗଞ୍ଜ ଏବଂ ଫରକ୍କା ଅଞ୍ଚଳରେ ପବନ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା।...

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା: ଏହି ଦିନ ସମ୍ଭାଳିବେ ପଦ

ନୂଆଦିଲ୍ଲୀ, ୨୪।୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା। ତାଙ୍କ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି...

ଶରଦ ପାଓ୍ବାରଙ୍କ ଦଳ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଅଜିତଙ୍କ ସହ ଲଢିବାକୁ କାହାକୁ ମିଳିଲା ଟିକେଟ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶରଦ ପାୱାରଙ୍କ ଦଳ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଗୁରୁବାର ଦଳ ପକ୍ଷରୁ ଦିଆଯାଇଥିବା ଘୋଷଣା ଅନୁଯାୟୀ...

ଖୁସି ହେଲେ ସରକାରୀ କର୍ମଚାରୀ, ୫୩ ପ୍ରତିଶତ ବଢିଲା DA

ଜୟପୁର,୨୪।୧୦: ଦୀପାବଳି ଏବଂ ଛଟ ପୂଜା ଭଳି ବଡ଼ ପର୍ବ ପାଖେଇ ଆସିଛି। ଏହି ସମୟରେ ପ୍ରତ୍ୟେକ ଘର ଆଜିକାଲି ପର୍ବ ପାଇଁ ପ୍ରସ୍ତୁତି ହେବାରେ...

ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ, ବଦଳିଯିବ ଗତିପଥ! ପଶ୍ଚିମବଙ୍ଗରେ ୧ଲକ୍ଷ ଲୋକଙ୍କୁ ନିଆଗଲା ସୁରକ୍ଷିତ ସ୍ଥାନ

କୋଲକାତା,୨୪।୧୦: ଘୂର୍ଣ୍ଣିବଳୟ ଦାନାର ବିପଦକୁ ଦୃଷ୍ଟିରେ ରଖି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର ବିଶେଷ ପ୍ରସ୍ତୁତି ଚଳାଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ...

କଂଗ୍ରେସର ବଡ଼ ହୃଦୟ, ସମାଜବାଦୀ ପାର୍ଟି ପାଇଁ ଛାଡିଦେଲା ସମସ୍ତ ଆସନ

ଲକ୍ଷ୍ନୌ,୨୪।୧୦: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ ନାହିଁ। ଏହା ଘୋଷଣା କରି ଉତ୍ତରପ୍ରଦେଶ କଂଗ୍ରେସ ରାଜ୍ୟ ଦାୟିତ୍ୱରେ ଥିବା...

ମା’, ଭଉଣୀଙ୍କ ବିରୋଧରେ କାହିଁକି କୋର୍ଟ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

ଅମରାବତୀ,୨୪।୧୦: ସେପ୍ଟେମ୍ବର ୨୦୨୪ରେ ଜଗନ ମୋହନ ରେଡ୍ଡୀଙ୍କୁ ଲେଖିଥିବା ଏକ ପତ୍ରରେ ତାଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଲା ସେମାନଙ୍କ ପିତା ପିତା ଓ୍ବାଇଏସ୍‌ ରାଜଶେଖରା ରେଡ୍ଡୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri