ଭୟଜର-୨ ସହ ଯୋଗାଯୋଗ ବିଚ୍ଛିନ୍ନ

ଓ୍ବାଶିଂଟନ୍‌,୨ା୮: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଭୁଲ୍‌ କମାଣ୍ଡ ଯୋଗୁ ୧୨.୩ ବିଲିୟନ ମାଇଲ (୧୯୯୦ କୋଟି କିଲୋମିଟର)ଦୂରରେ ଥିବା ଭୟଜର-୨ ପ୍ରୋବ୍‌ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୧୯୭୭ରେ ଭୟଜର-୨ ଲଞ୍ଚ କରାଯାଇଥିଲା ଏବଂ ୨୦୧୮ରେ ଏହାର ଯମଜ ସହ ସାମିଲ ହୋଇଥିଲା। ମହାକାଶକୁ ଏପର୍ଯ୍ୟନ୍ତ ପଠାଯାଇଥିବା ବସ୍ତୁ ମଧ୍ୟରୁ ଭୟଜର-୨ ସର୍ବାଧିକ ଦୂରତାରେ ରହିଛି। ଯୋଜନା ଅନୁଯାୟୀ ବୈଜ୍ଞାନିକମାନେ ଜୁଲାଇ ୨୧ରେ କେତେକ କମାଣ୍ଡ ଦେଉଥିବାବେଳେ ଭୁଲ୍‌ରେ ଭୟଜର-୨ର ଆଣ୍ଟିନାର ଦିଗ ପୃଥିବୀଠାରୁ ୨ ପ୍ରତିଶତ ବଦଳିଯାଇଥିଲା, ଯାହାକୁ ଯୋଗାଯୋଗ ବିଚ୍ଛିନ୍ନ ପାଇଁ ଯଥେଷ୍ଟ ବୋଲି ନାସାର ଜେଟ୍‌ ପ୍ରପଲଶନ ଲାବରେଟୋରି ପକ୍ଷରୁ କୁହାଯାଇଛି। ଫଳରେ ଉକ୍ତ ସ୍ପେସ୍‌କ୍ରାଫ୍ଟ ଏବଂ ନାସାର ଡିପ୍‌ ସ୍ପେସ୍‌ ନେଟ୍‌ଓ୍ବକର୍ୟ (ଡିଏସ୍‌ଏନ୍‌)ର ଆଣ୍ଟିନା ମଧ୍ୟରେ ଯୋଗାଯୋଗ ହୋଇପାରି ନ ଥିଲା। ଭୟଜର-୨ ପଠାଉଥିବା ତଥ୍ୟକୁ ଡିଏସ୍‌ଏନ୍‌ରେ ପହଞ୍ଚତ୍ପାରୁ ନାହିଁ କିମ୍ବା ଗ୍ରାଉଣ୍ଡ କଣ୍ଟ୍ରୋଲରରୁ କମାଣ୍ଡ ସ୍ପେସ୍‌କ୍ରାଫ୍ଟରେ ପହଞ୍ଚୁ ନାହିଁ।
ଭୟଜର-୨ ହେଉଛି ଭୟଜର-୧ର ପରବର୍ତ୍ତୀ ସଂସ୍କରଣ। ସୌରଜଗତ ବାହାର ଦୁନିଆ ସମ୍ପର୍କରେ ଅଧ୍ୟୟନ ଲାଗି ୧୯୭୭ରେ ଏହି ମହାକାଶ ଯାନକୁ ଫ୍ଲୋରିଡ଼ାରୁ ଲଞ୍ଚ୍‌ କରାଯାଇଥିଲା। ୨୦୧୮ ଡିସେମ୍ବର ୧୦ରେ ଏହା ଭୟଜର-୧ ସହ ସାମିଲ ହୋଇଥିଲା। ଭୟଜର-୨ ବୃହସ୍ପତି, ଶନି, ୟୁରାନସ ଏବଂ ନେପ୍ଚୁନ୍‌ ସମ୍ପର୍କରେ ଅଧ୍ୟୟନ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୪୬ ମୃତ, ଜବାବ ଦିଆଯିବ ବୋଲି କହିଲା…

କାବୁଲ, ୨୫।୧୨: ପାକିସ୍ତାନ ଏହାର ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ୍‌। ଦେଶର ପୂର୍ବ ପକ୍ତିକା ରାଜ୍ୟର ବରମଲ ଜିଲାରେ ମଙ୍ଗଳବାର ରାତିରେ...

କାଜାକିସ୍ତାନ ବିମାନ ଦୁର୍ଘଟଣାର ଭୟଙ୍କର ଭିଡିଓ ଆସିଲା ସାମ୍ନାକୁ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ବୁଧବାର କାଜାକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା କାଜାକିସ୍ତାନର ଅକଟାଉ ସହର ନିକଟରେ ଘଟିଛି। ବିମାନଟି ଆଜେରବାଇଜାନରୁ...

ରୁଷିଆ ଯାଉଥିବା ବିମାନ କ୍ରାସ୍‌, ୬୬ ମୃତ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବିମାନଟି ବାକୁ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଯେଉଁଥିରେ ୭୨ରୁ ଅଧିକ...

ଜେଲରୁ ବାହାରିବେ ଇମ୍ରାନ ଖାନ!

ଇସଲାମାବାଦ,୨୫।୧୨: ରାଜନୈତିକ ବିବାଦର ସମାଧାନ ପାଇଁ ପାକିସ୍ତାନ ସରକାର ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ବିରୋଧୀ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ମୁଖ୍ୟଙ୍କ...

ଗାଜାରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କର ହେଉଛି ମୃତ୍ୟୁ: ଜାତିସଂଘ ଏଜେନ୍ସି

ଗାଜା,୨୫।୧୨: ମିଳିତ ଜାତିସଂଘର ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (UNRWA) ଅନୁଯାୟୀ, ଗାଜା ଘାଟିରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କୁ ହତ୍ୟା...

WHOରୁ ଓହରିଯିବ ଆମେରିକା! ଜାଣନ୍ତୁ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ପରେ ପଡ଼ିବ କି ପ୍ରଭାବ?

ଓ୍ବାଶିଂଟନ,୨୪।୧୨: ବିବାଦ ସହ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ବେଶ ପୁରୁଣା। ଏବେ ତାଙ୍କର ଆଗାମୀ ପଦକ୍ଷେପକୁ ନେଇ ଆମେରିକୀୟ ଗଣମାଧ୍ୟମରେ ଆଲୋଚନା ସରଗରମ ରହିଛ। ଯଦି...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

ହିନ୍ଦୁ ପ୍ରସଙ୍ଗରେ ପୁଣି ବାଂଲାଦେଶକୁ ଆମେରିକାର ଚେତାବନୀ, ୟୁନୁସଙ୍କୁ ଆସିଲା ଫୋନ୍

ନୂଆଦିଲ୍ଲୀ, ୨୪ା୧୨: ବାଂଲାଦେଶରେ ଶେଖ ହସିନା ଯିବା ପରେ ହିନ୍ଦୁ ମାନଙ୍କ ଉପରେ ବଢୁଥିବା ଆକ୍ରମଣକୁ ନେଇ ଭାରତ ସମେତ ଆମେରିକା ମଧ୍ୟ ଲଗାତାର ଚିନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri