ଓ୍ବାଶିଂଟନ୍,୨ା୮: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଭୁଲ୍ କମାଣ୍ଡ ଯୋଗୁ ୧୨.୩ ବିଲିୟନ ମାଇଲ (୧୯୯୦ କୋଟି କିଲୋମିଟର)ଦୂରରେ ଥିବା ଭୟଜର-୨ ପ୍ରୋବ୍ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୧୯୭୭ରେ ଭୟଜର-୨ ଲଞ୍ଚ କରାଯାଇଥିଲା ଏବଂ ୨୦୧୮ରେ ଏହାର ଯମଜ ସହ ସାମିଲ ହୋଇଥିଲା। ମହାକାଶକୁ ଏପର୍ଯ୍ୟନ୍ତ ପଠାଯାଇଥିବା ବସ୍ତୁ ମଧ୍ୟରୁ ଭୟଜର-୨ ସର୍ବାଧିକ ଦୂରତାରେ ରହିଛି। ଯୋଜନା ଅନୁଯାୟୀ ବୈଜ୍ଞାନିକମାନେ ଜୁଲାଇ ୨୧ରେ କେତେକ କମାଣ୍ଡ ଦେଉଥିବାବେଳେ ଭୁଲ୍ରେ ଭୟଜର-୨ର ଆଣ୍ଟିନାର ଦିଗ ପୃଥିବୀଠାରୁ ୨ ପ୍ରତିଶତ ବଦଳିଯାଇଥିଲା, ଯାହାକୁ ଯୋଗାଯୋଗ ବିଚ୍ଛିନ୍ନ ପାଇଁ ଯଥେଷ୍ଟ ବୋଲି ନାସାର ଜେଟ୍ ପ୍ରପଲଶନ ଲାବରେଟୋରି ପକ୍ଷରୁ କୁହାଯାଇଛି। ଫଳରେ ଉକ୍ତ ସ୍ପେସ୍କ୍ରାଫ୍ଟ ଏବଂ ନାସାର ଡିପ୍ ସ୍ପେସ୍ ନେଟ୍ଓ୍ବକର୍ୟ (ଡିଏସ୍ଏନ୍)ର ଆଣ୍ଟିନା ମଧ୍ୟରେ ଯୋଗାଯୋଗ ହୋଇପାରି ନ ଥିଲା। ଭୟଜର-୨ ପଠାଉଥିବା ତଥ୍ୟକୁ ଡିଏସ୍ଏନ୍ରେ ପହଞ୍ଚତ୍ପାରୁ ନାହିଁ କିମ୍ବା ଗ୍ରାଉଣ୍ଡ କଣ୍ଟ୍ରୋଲରରୁ କମାଣ୍ଡ ସ୍ପେସ୍କ୍ରାଫ୍ଟରେ ପହଞ୍ଚୁ ନାହିଁ।
ଭୟଜର-୨ ହେଉଛି ଭୟଜର-୧ର ପରବର୍ତ୍ତୀ ସଂସ୍କରଣ। ସୌରଜଗତ ବାହାର ଦୁନିଆ ସମ୍ପର୍କରେ ଅଧ୍ୟୟନ ଲାଗି ୧୯୭୭ରେ ଏହି ମହାକାଶ ଯାନକୁ ଫ୍ଲୋରିଡ଼ାରୁ ଲଞ୍ଚ୍ କରାଯାଇଥିଲା। ୨୦୧୮ ଡିସେମ୍ବର ୧୦ରେ ଏହା ଭୟଜର-୧ ସହ ସାମିଲ ହୋଇଥିଲା। ଭୟଜର-୨ ବୃହସ୍ପତି, ଶନି, ୟୁରାନସ ଏବଂ ନେପ୍ଚୁନ୍ ସମ୍ପର୍କରେ ଅଧ୍ୟୟନ ଚଳାଇଥିଲା।