ଯେଶୋରେଶ୍ୱରୀ କାଳୀ ମନ୍ଦିରରେ ନିର୍ମାଣ ହେବ କମ୍ୟୁନିଟି ହଲ୍‌: ମୋଦି କଲେ ଘୋଷଣା

ଢାକା,୨୭।୩: ବାଂଲାଦେଶରେ ଥିବା ମାତା ଯେଶୋରେଶ୍ୱରୀ କାଳୀ ମନ୍ଦିରରେ କମ୍ୟୁନିଟି ହଲ ନିର୍ମାଣ ହେବ। ଏନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଘୋଷଣା କରିଛନ୍ତି। କାଳୀ ମନ୍ଦିରରେ ମୋଦି ପୂଜାର୍ଚ୍ଚନା କରିଛନ୍ତି। ପୁଜାପରେ ମୋଦି କହିଛନ୍ତି ଯେ, ମାତା କାଳୀ କରୋନା ସଙ୍କଟରୁ ମୁକ୍ତି ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି। ଏହି ମନ୍ଦିରକୁ ଉଭୟ ଭାରତ ଏବଂ ବାଂଲାଦେଶର ଶ୍ରଦ୍ଧାଳୁ ମାତା କାଳୀଙ୍କ ଦର୍ଶନ ପାଇଁ ଆସିଥାନ୍ତି। ମାତାଙ୍କ ଦର୍ଶନର ସୌଭାଗ୍ୟ ମତେ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ସେ କହିଛନ୍ତି।

Share