ଗ୍ବାଲିୟରରୁ କମ୍ପାନୀ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅରୋକ୍ସା ଡିଲ୍‌ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ୍‌ ନାମକ ଚିଟ୍‌ଫଣ୍ଡ କମ୍ପାନୀର ନିର୍ଦ୍ଦେଶକ ବାବୁ ସିଂ କୁଶୱାହାଙ୍କୁ ମଧ୍ୟପ୍ରଦେଶର ଗ୍ବାଲିୟର୍‌ରୁ ଗିରଫ କରିଛି। କୁଶଓ୍ବାହା ଘରୋଇ ସାମଗ୍ରୀ ଓ ବିଭିନ୍ନ ଲାଭଦାୟକ ସ୍କିମ୍‌ର ଲୋଭ ଦେଖାଇ ଅନେକ ବ୍ୟକ୍ତିଙ୍କଠାରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲେ। ଠକାମିର ଶିକାର ହୋଇଥିବା ଚନ୍ଦ୍ରକାନ୍ତ ଦାଶ ଓ ଅନ୍ୟ କେତେଜଣ ବ୍ୟକ୍ତି ଏନେଇ ଗତ ୩୧ ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଇଓଡବ୍ଲ୍ୟୁ ଏକ କେସ୍‌ (ନଂ. ୧/୨୨) ରୁଜୁ କରି ତଦନ୍ତ ଚଳାଇଥିଲା। କୁଶଓ୍ବାହା ଗ୍ବାଲିୟରରେ ଥିବା କୌଣସି ସୂତ୍ରରୁ ସୂଚନା ପାଇ ଇଓଡବ୍ଲ୍ୟୁର ଏକ ଟିମ୍‌ ସେଠାକୁ ଯାଇ ସ୍ଥାନୀୟ ପୋଲିସ ସହାୟତାରେ ରବିବାର ରାତିରେ ତାଙ୍କୁ ଧରିଥିଲା। ପରେ ତାଙ୍କୁ ଡୋବ୍ରା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ମଙ୍ଗଳବାର ଭୁବନେଶ୍ୱର ଅଣାଯାଇଛି।
ସୂଚନା ଅନୁଯାୟୀ, ୨୦୧୯ରେ କୁଶୱାହାଙ୍କ ଏହି ଚିଟ୍‌ଫଣ୍ଡ କମ୍ପାନୀ ମଧ୍ୟପ୍ରଦେଶର ଗ୍ବାଲିୟରରେ ପଞ୍ଜୀକରଣ ହୋଇଥିଲା। କମ୍ପାନୀର ବିଭିନ୍ନ ପ୍ରକାର ଘରୋଇ ଉପକରଣ ଓ ବିଦ୍ୟୁତ ସାମଗ୍ରୀ କ୍ୟାଶ୍‌ବ୍ୟାକ୍‌ ସ୍କିମ୍‌ ଜରିଆରେ ବିକ୍ରି କରାଯାଉଥିଲା। ଏଥିସହ କମ୍ପାନୀର ‘ପୁଞ୍ଜି ଓ ବାଇନାରି ’ ନାମକ ଦୁଇଟି ସ୍କିମ୍‌ ରହିଥିଲା। ଏହି ସ୍କିମ୍‌ ଜରିଆରେ ଲୋକଙ୍କ ଠାରୁ କମ୍ପାନୀ ଟଙ୍କା ଲୁଟିବା ପାଇଁ ଚେଷ୍ଟା କରିଥିଲା। ଏନେଇ ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଅଞ୍ଚଳରେ ଏକ ଅଫିସ୍‌ ଖୋଲାଯାଇଥିଲା। କର୍ମଚାରୀମାନେ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବୈଠକ କରି ଲୋକଙ୍କୁ କମ୍ପାନୀର ସାମଗ୍ରୀ କିଣିବା ପାଇଁ ପ୍ରବର୍ତ୍ତାଇ ଥିଲେ। ପରେ ସେମାନଙ୍କୁ ଘରୋଇ ଉପକରଣ ଓ ବିଦ୍ୟୁତ ସାମଗ୍ରୀ କିଣିବାକୁ ପ୍ରବର୍ତ୍ତାଇ ଥିଲେ। ଏଭଳି ଭାବେ ନେଟ୍‌ୱର୍କିଂ ବ୍ୟବସ୍ଥା ଜରିଆରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରିଥିଲେ। ୨୦୧୯-୨୦ ମସିହା ମଧ୍ୟରେ ବାଲେଶ୍ୱର ଓ ଆଖପାଖ ଅଞ୍ଚଳରେ ଫ୍ୟାନ ବିକ୍ରି ସ୍କିମ୍‌ ଓ କମିଶନ ଲୋଭ ଦେଖାଇ ୭ହଜାର ଟଙ୍କା ଲେଖାଏ ଜମା କରି କମ୍ପାନୀ ସଦସ୍ୟ ହେବାକୁ ଲୋକଙ୍କୁ କୁହାଯାଇଥିଲା। ଏପରି କି ୨୦ଲକ୍ଷ ଟଙ୍କାର ଘରୋଇ ଉପକରଣ ନେଲେ ୧୦ ଲକ୍ଷ ଟଙ୍କା ରିହାତି ମିଳିବ ବୋଲି କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଇଥିଲା। ଏହିଭଳି ଭାବେ ବାଲେଶ୍ୱରରେ ଏକାଧିକ ଅବସରପ୍ରାପ୍ତ ସେନା କର୍ମଚାରୀ, ଡାକ୍ତର, ଶିକ୍ଷକ ଓ ବ୍ୟବସାୟୀଙ୍କ ସମେତ ୫୦୦ରୁ ଊଦ୍ଧର୍‌ବ ଲୋକଙ୍କୁ କୁଶହାଓ୍ବା ନିଜ ଜାଲରେ ଫସାଇଥିଲେ। ପରେ ସମୁଦାୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ କରି ସେ ଫେରାର୍‌ ହୋଇଯାଇଥିଲେ। ସମ୍ପୃକ୍ତ ବ୍ୟକ୍ତିମାନେ ଯୋଗାଯୋଗ କରିବା ସତ୍ତ୍ୱେ ସଂସ୍ଥା କର୍ତ୍ତୃପକ୍ଷ ଧରାଛୁଆଁ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri