ପାଲେଷ୍ଟିନୀୟଙ୍କୁ ସମର୍ଥନ କଲା ଭାରତର ଏହି କମ୍ପାନୀ, କଲା ବଡ ଘୋଷଣା

କନ୍ନୁର,୨୧।୧୦: ଇସ୍ରାଏଲ ପୋଲିସ ପାଇଁ ୟୁନିଫର୍ମ ତିଆରି କରୁଥିବା କେରଳର ଏକ ଘରୋଇ କମ୍ପାନୀ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ ନୂଆ ଅର୍ଡର ରଖିବ ନାହିଁ ବୋଲି ଘୋଷଣା କରିଛି। ଗାଜାରେ ଏକ ଡାକ୍ତରଖାନା ଉପରେ ବୋମା ବିସ୍ଫୋରଣ ପରେ କନ୍ନୁର ସ୍ଥିତ ମେରାଇନ ପୋଷାକ ପିଭି ଲିମିଟେଡ ଏହି ନିଷ୍ପତ୍ତି ନେଇଛି।

ଏ ସମ୍ପର୍କରେ କମ୍ପାନୀ ମାଲିକ ଥୋମାସ ଓଲିକାଲ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ ଭିଡିଓରେ କହିଛନ୍ତି, ଯେପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ଜାରି ରହିବ ସେ ପର୍ଯ୍ୟନ୍ତ ଇସ୍ରାଏଲ ପକ୍ଷରୁ କୌଣସି ନୂଆ ଅର୍ଡର ଗ୍ରହଣ କରାଯିବ ନାହିଁ। ୨୦୧୫ରୁ ଆମେ ଇସ୍ରାଏଲ ପୋଲିସ ପାଇଁ ୟୁନିଫର୍ମ ପ୍ରସ୍ତୁତ କରୁଛୁ। ହମାସ ଆକ୍ରମଣ, ସାଧାରଣ ନାଗରିକଙ୍କ ହତ୍ୟା ଓ ଇସ୍ରାଏଲ ଦ୍ୱାରା ପ୍ରତିଶୋଧ ପରାୟଣ ହୋଇ ପାଲଟା ଆକ୍ରମଣକୁ ଆମେ ସମର୍ଥନ କରିବୁ ନାହିଁ।
୨୫ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ଏବଂ ଜଳରୁ ବଞ୍ଚିତ କରାଯାଇଛି। ଡାକ୍ତରଖାନା ଉପରେ ବୋମା ପକାଇବା ସହ ନିରୀହ ମହିଳା ଏବଂ ଶିଶୁଙ୍କୁ ହତ୍ୟା କରାଯାଇଛି। ଯାହାକୁ ଆମେ କଦାପି ଗ୍ରହଣ କରିପାରିବୁ ନାହିଁ। ଯୁଦ୍ଧ ସମାପ୍ତ ହୋଇ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଆମେ ଆଶା ରଖିଛୁ।

ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ପାଲିଷ୍ଟାନୀୟ କପୁଲଙ୍କୁ ଭେଟିଛନ୍ତି। ଇସ୍ରାଏଲ ଦ୍ୱାରା ହୋଇଥିବା ରକେଟ ମାଡରେ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟି ସମ୍ବେଦନା ଜଣାଇଛନ୍ତି।

Share