ମାସ ଯାକ କାମ କରିବା ପରେ ପ୍ରତ୍ୟେକ କର୍ମଚାରୀ ପହିଲାକୁ ଅପେକ୍ଷା କରିଥାନ୍ତି। କାରଣଟି ହେଉଛି ଦରମା। ମାସ ଶେଷରେ ଦରମା ମିଳିବାର ଖୁସି ଅଲଗା ପ୍ରକାର ଥାଏ। ଏବେ ଏହି ଦରମାକୁ ନେଇ ଏକ ନିଆରା ମାମଲା ସାମ୍ନାକୁ ଆସିିଛି। ଚିଲିର ଏକ କମ୍ପାନୀ ଭୁଲବଶତଃ ଜଣେ କର୍ମଚାରୀଙ୍କ ଖାତାକୁ ୪୩ହଜାର ପରିବର୍ତ୍ତେ ୧.୪ କୋଟି ଟଙ୍କା ପଠାଇ ଦେଇଥିଲେ। ଏହା ପରେ କର୍ମଚାରୀ ଯାହା କରିଛନ୍ତି, ତାହା ଜାଣିଲେ ଚକିତ ହୋଇଯିବେ।
କର୍ମଚାରୀଙ୍କୁ କମ୍ପାନୀ ଦରମାର ୨୮୬ ଗୁଣରୁ ଅଧିକ ଟଙ୍କା ପଠାଇ ଦେଇଥିଲେ। ଯେତେବେଳେ କମ୍ପାନୀ ତାଙ୍କୁ ଟଙ୍କା ମାଗିଥିଲା ସେତେବେଳେ ସେ ଟଙ୍କା ଫେରାଇବେ ବୋଲି କହିଥିଲେ। ହେଲେ ତାହା ନ କରି ଏହାପରେ କର୍ମଚାରୀଜଣଙ୍କ ଚାକିରିରୁ ଇସ୍ତଫା ଦେଇ ସେଠାରୁ ଫେରାର ହୋଇଯାଇଛନ୍ତି। ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।