Categories: ଜାତୀୟ

୮ ଗୁଣ ବୃଦ୍ଧି ହେଲା ସଡ଼କ ଦୁର୍ଘଟଣାରେ ମୃତ୍ୟୁ କ୍ଷତିପୂରଣ

ନୂଆଦିଲ୍ଲୀ,୨୮।୨: ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ୮ ଗୁଣ ବୃଦ୍ଧି କରାଯାଇଛି। ଏପ୍ରିଲ ୧ରୁ ଦୁର୍ଘଟଣାରେ କେହି ପ୍ରାଣ ହରାଇଲେ ତାଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ୧୨,୫୦୦ ପରିବର୍ତ୍ତେ ଏଣିକି ୫୦ ହଜାର ଟଙ୍କା କ୍ଷତିପୂରଣ ମିଳିବ। ସେହିପରି ମୃତକଙ୍କ କ୍ଷେତ୍ରରେ କ୍ଷତିପୂରଣ ରାଶି ୨୫,୦୦୦ରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରଚଳିତ କ୍ଷତିପୂରଣ ଯୋଜନା, ୧୯୮୯ ସ୍ଥାନରେ ଏପ୍ରିଲ ୧ରୁ ଏହି ନୂଆ ଯୋଜନା ଲାଗୁ ହେବ।

Share