କରୋନାରେ ମୃତକଙ୍କ ପରିବାରକୁ ପଞ୍ଜାବ ସରକାର ଦେବେ ଆର୍ଥିକ ସହାୟତା

ଚଣ୍ଡିଗଡ଼,୧୩ ।୧୦ : ପଞ୍ଜାବ ସରକାର କରୋନା ଭାଇରସ ଯୋଗୁ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ଆର୍ଥିକ ସହାୟତା ସ୍ୱରୂପ ୫୦ ହଜାର ଟଙ୍କା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଉପରେ ସମସ୍ତ ଜିଲାପାଳଙ୍କୁ ପ୍ରତି ଜିଲାରେ କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ତଥ୍ୟ ମାଗିଛନ୍ତି । ଅକ୍ଟୋବର ୧୫ ସୁଦ୍ଧା ଏସର୍ମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ସାରା ଦେଶରେ ହାହାକାର ସୃଷ୍ଟି କରିଥିଲା । ଏଥିରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେବା ସହ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣିଥରେ ଡରାଇଲାଣି କରୋନାର ତୃତୀୟ ଲହର । ତେବେ ଅବହେଳା ନ କରି କରୋନାର ସମସ୍ତ ଗାଇଡ ଲାଇନ ପାଳନ କରି ଚାଲିଲେ ଏହାକୁ ସହଜରେ ଏଡାଇ ଦେଇହେବ ବୋଲି କୁହାଯାଇଛି ।

Share