Categories: ଜାତୀୟ

ମୋତେ ଦୁର୍ବ୍ୟବହାର କରିବାକୁ ଭାଜପା ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି: କମଲନାଥ…

ଭୋପାଳ,୨୬।୬ : ମଧ୍ୟପ୍ରଦେଶର ପିସିସି ମୁଖ୍ୟ କମଲ ନାଥ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। କମଲ ନାଥ କହିଛନ୍ତି ମୋତେ ଦୁର୍ବ୍ୟବହାର କରିବାକୁ ଭାଜପା ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ସେମାନେ ଯେତେ ଅଧିକ ଦୁର୍ବ୍ୟବହାର କରିବେ, ମୋତେ ଜନସାଧାରଣଙ୍କ ଆଶୀର୍ବାଦ ସେତେ ପ୍ରାପ୍ତ ହେବ। ଭାଜପା ନେତାମାନେ ନିମ୍ନ ସ୍ତରର ରାଜନୀତିକୁ ଓହ୍ଲାଇଛନ୍ତି। ସେମାନେ ତାଙ୍କ ଦଳ ଅବା ନିଜ କାର୍ଯ୍ୟ ବିଷୟରେ କହିବା ବଦଳରେ ମୋତେ ଦୁର୍ବ୍ୟବହାର କରୁଛନ୍ତି। ଏଥିରୁ ଜଣା ପଡୁଛି ସେମାନଙ୍କ ପାଖରେ କେବଳ ଦୁର୍ବ୍ୟବହାର କରିବା ଭଳି ଗୋଟିଏ ଏଜେଣ୍ଡା ବାକି ଅଛି ।

ସେମାନେ ବିବାଦୀୟ ପୋଷ୍ଟର ଲାଗାଉଛନ୍ତି। ଦିନରାତି ସେମାନେ ନିଜ ସ୍ବପ୍ନରେ ବୋଧେ କମଲ ନାଥଙ୍କୁ ଦେଖୁଥିବା କହି ସେ କଟାକ୍ଷ କରିଛନ୍ତି। ମୋ ବିରୋଧରେ ଭିଡିଓ ପ୍ରସ୍ତୁତ କରୁଛନ୍ତି। ଭଲ ହେବ ଏକ ଚଳଚ୍ଚିତ୍ର ନିର୍ମାଣ କରନ୍ତୁ। ସୂଚନାଯୋଗ୍ୟ କମଲ ନାଥ ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦୁର୍ନୀତି ବିଷୟରେ ପୋଷ୍ଟର ଲଗାଯାଇଥିଲା।

ଭଲ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତରେ ଆସୁଛନ୍ତି। ସେ ନିଜ ଆଖିରେ ଦୁର୍ନୀତି ଦେଖିବେ। ମଧ୍ୟପ୍ରଦେଶ କିପରି ଏକ ଦୁର୍ନୀତିଗ୍ରସ୍ତ ରାଜ୍ୟରେ ପରିଣତ ହୋଇଛି ତାହା ଅନୁଭବ କରିବେ।

Share