Categories: ଜାତୀୟ

ପୁଣି ଅଡୁଆରେ ମେହେବୁବା ମୁଫତି

ଶ୍ରୀନଗର,୨୯।୬: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତା ମେହେବୁବା ମୁଫତିଙ୍କ ଅଡୁଆ ବଢିବାରେ ଲାଗିଛି। ଜଣେ ସାମାଜିକ ଓ ରାଜନୈତିକ କର୍ମୀ ମୁଫତିଙ୍କ ବିରୋଧରେ ଜମ୍ମୁର ନଓ୍ବାବାଦ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ଏଥିରେ ମୁଫତି ସେନାଙ୍କୁ ନେଇ ଭୁଲ ତଥ୍ୟ ପ୍ରଚାର କରିଥିବା ଅଭିଯୋଗ କରାଯାଇଛି।
ଏଏନଆଇର ରିପୋର୍ଟ ଅନୁଯାୟୀ, ବୋଧରାଜ ଶର୍ମା ନାମକ ବ୍ୟକ୍ତି ପୋଲିସରେ ଅଭିଯୋଗ କରିଛନ୍ତି ବି ପିଡିପି ମୁଖ୍ୟ ଟୁଇଟର ପେଜରେ ଏକ ମେସେଜ ଶେୟାର କରିଥିଲେ, ଯାହାକି ଖୁବ ଉତ୍ତେଜକ। ସେ ମୁଫତିଙ୍କ ବିରୋଧରେ ସମ୍ବନ୍ଧିତ ଧାରା ଆଧାରରେ ଏଫଆଇଆର ଦେବାକୁ ପୋଲିସକୁ ଅନୁରୋଧ କରିଛନ୍ତି।
ଶର୍ମା ତାଙ୍କ ଅଭିଯୋଗରେ କହିଛନ୍ତି, ମୁଫତି ଅମରନାଥ ଯାତ୍ରା ପୂର୍ବରୁ ବିନା କୌଣସି ପ୍ରମାଣରେ ସେନା ବିରୋଧରେ ପୋଷ୍ଟ ଲେଖିଛନ୍ତି, ଯାହା ଅତ୍ୟନ୍ତ ଦାୟିତ୍ୱହୀନତାର ପରିଚୟ ଦିଏ। ସେ ଆହୁାରି ମଧ୍ୟ କହିଛନ୍ତି, ଯଦି ପିଡିପି ମୁଖ୍ୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଗଲା ତେବେ ସେ ଏହି ମାମଲାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେବେ।

Share