ଭୋପାଳ, ୧୬ା୧୨: ମଧ୍ୟପ୍ରଦେଶ ରାଜ୍ୟ ଶିବପୁରୀ ଜିଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ଆସିଥିବା ଜଣେ ଛାତ୍ରୀ ଗୋଟିଏ ଦିନ ପାଇଁ ଜିଲାପାଳ ହେବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରୁ ପ୍ରକାଶ, ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଜାହ୍ନବୀ ନାମ୍ନୀ ଛାତ୍ରୀ ମଙ୍ଗଳବାର ଜିଲାପାଳଙ୍କ ନିକଟକୁ ସମସ୍ୟା ଜଣାଇବାକୁ ଆସିଥିଲେ। ଅଭିଯୋଗ ଶୁଣିବା ପରେ ଜିଲାପାଳ ଅକ୍ଷୟ କୁମାର ସିଂ ଜାହ୍ନବୀଙ୍କୁ ନିଜ ଚେୟାରରେ ବସିବାକୁ କହିବା ସହ ଲୋକଙ୍କ ଅଭିଯୋଗର ଶୁଣାଣି କରିବାର ଅଭିଜ୍ଞତା ନେବାକୁ କହିଥିଲେ।