ମାସେ ପୂର୍ବରୁ ମଦ ବନ୍ଦ ପାଇଁ ଅଭିଯୋଗ କରିଥିଲେ ଗ୍ରାମର ମହିଳା, ଫଳ ଶୂନ

ଫୁଲବାଣୀ/ଦାରିଙ୍ଗବାଡ଼ି,୧୧ା୧୨(ରାକେଶ କୁମାର ରାଉତ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଚୋରାମଦ କାରବାର ବୃଦ୍ଧି ପାଇଛି। ଅଞ୍ଚଳରେ ପୋଲିସ, ଅବକାରୀ ବିଭାଗ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ବିଶେଷକରି ଉକ୍ତ ଅଞ୍ଚଳର ଅଲାଞ୍ଜୁରୀ ଏବଂ ବ୍ରାହ୍ମଣୀଗାଁରେ ୫୦ରୁ ଊର୍ଦ୍ଧ୍ୱ ପରିବାର ଚୋରା ଦେଶୀ ମଦ ଅବାଧରେ ବିକ୍ରି କରି ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଅନେକ ଗରିବ ଶ୍ରେଣୀର ଲୋକ ଆହୁରି ଗରିବ ଅବସ୍ଥାକୁ ଚାଲିଯାଉଛନ୍ତି। ଏହାର ମୁଖ୍ୟ କାରଣ ଅଞ୍ଚଳରେ ଅବାଧରେ ଦେଶୀ ମଦ ବିକ୍ରି ଯୋଗୁ ଅଞ୍ଚଳରେ ଲୋକଙ୍କ ସ୍ବାସ୍ଥ୍ୟ ହାନି ହେବା ସହ ସେମାନଙ୍କ ଆର୍ଥିକ ପରିସ୍ଥିତି ବିଗିଡ଼ି ଯାଉଛି। ସେହିପରି ମଦ୍ୟପଙ୍କ ଦୌରାତ୍ମ୍ୟରୁ ବିଦ୍ୟାଳୟ, କଲେଜକୁ ଯାଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ସମସ୍ୟା ହେଉଛି।
ଏହାର ସମାଧାନ ପାଇଁ ରାଜ୍ୟ ଅବକାରୀ ବିଭାଗୀୟ ମନ୍ତ୍ରୀ, କନ୍ଧମାଳ ଜିଲାପାଳ, ଏସ୍‌ପିଙ୍କ ସମେତ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଞ୍ଚଳରେ ଚୋରାମଦ କାରବାର ରୋକିବାରେ କେହି ପଦକ୍ଷେପ ନେଉ ନ ଥିବା ମଦ ବନ୍ଦ ଅଭିଯାନ କମିଟିର ସଭାନେତ୍ରୀ ସଂଜିତା ମନ୍ତ୍ରୀଙ୍କ ସମେତ ଉପସଭାନେତ୍ରୀ ସୁଭଦ୍ରା ସିଂ ପ୍ରମୁଖ ଅଭିଯୋଗ କରିଛନ୍ତି। ଅଭିଯୋଗ କରିବାର ୧ ମାସ ବିତିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଅଞ୍ଚଳରେ ଆହୁରି ଅଶାନ୍ତିର ବାତାବରଣ ସୃଷ୍ଟି ହୋଉଛି। ଫଳରେ ପୁଣି ବୁଧବାର ମଦ ବନ୍ଦ ଅଭିଯାନର ସଭାନେତ୍ରୀଙ୍କ ନେତୃତ୍ୱରେ ଉପସଭାନେତ୍ରୀ, ସମ୍ପାଦିକା ତନୁଶ୍ରୀ ମାଳବିଶୋଇ, ସାରମାଙ୍ଗା ମାଝୀ, କାଡାମାଙ୍ଗା ମାଝୀ, ଅଞ୍ଜନା ସିଂ, ସଂଯୁକ୍ତା ସିଂ ପ୍ରମୁଖ କନ୍ଧମାଳ ଜିଲାପାଳଙ୍କୁ ଅଭିଯୋଗ କରିବାକୁ ଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image