Categories: ଖେଳ

ପୃଥ୍ବୀଙ୍କ ପାଇଁ ବଢୁଛି ଅଡୁଆ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ କ୍ୟାପିଟାଲ ଷ୍ଟାରର ଯୁବ ଓପନର୍‌ ପୃଥ୍ବୀ ଶ’ଙ୍କ ପାଇଁ ଅଡୁଆ ବଢୁଛି। ଦୁଇ ମାସ ପୂର୍ବେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସପ୍‌ନା ଗିଲ୍‌ଙ୍କ ସହ ଝଗଡ଼ା ଲାଗି ସପ୍‌ନା ବର୍ତ୍ତମାନ ମୁମ୍ବାଇ କୋର୍ଟରେ ପହଞ୍ଚିଛନ୍ତି। ସପ୍‌ନା ଆନ୍ଧ୍ର ମାଜିଷ୍ଟ୍ରେଟଙ୍କ ନିକଟରେ ପୃଥ୍ବୀ ଏବଂ ତାଙ୍କ ବନ୍ଧୁଙ୍କ ବିରୋଧରେ ଏକ ଅପରାଧିକ ମାମଲା ଦାୟର କରିଛନ୍ତି।

ସୋସିଆଲ ମିଡିଆ ସେନ୍‌ସର ସପ୍‌ନା ପୃଥ୍ବୀ ତାଙ୍କୁ ଭୁଲ ତରିକାରେ ସ୍ପର୍ଶ କରିବା ସହ ତାଙ୍କୁ ଦୂରକୁ ଠେଲିଦେବା ପାଇଁ ବ୍ୟାଟ୍‌ରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ କରି ସପନା ଏଫ୍‌ଆଇଆର ଦାୟର କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସପନାଙ୍କ ଓକିଲ କହିଛନ୍ତି, ବିମାନବନ୍ଦର ପୋଲିସ ଷ୍ଟେଶନ ବିରୋଧରେ ମଧ୍ୟ ଏକ ରିପୋର୍ଟ ଦାଖଲ କରାଯାଇଛି। ସପ୍‌ନାଙ୍କ ଅନୁଯାୟୀ, ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ବିମାନବନ୍ଦର ପୋଲିସ ପୃଥ୍ବୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମନା କରିଦେଇଥିଲା। ସପ୍‌ନାଙ୍କ ଓକିଲ କହିଛନ୍ତି, ଏପ୍ରିଲ ୧୭ ରେ ଏହି ମାମଲାର ଶୁଣାଣି ହେବ।

ବର୍ତ୍ତମାନ ପୃଥ୍ବୀ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ ଖେଳୁଛନ୍ତି।

Share