ନୂଆ ବର୍ଷ ଅଭିନେତା ବିକି କୌଶଲଙ୍କ ପାଇଁ ନୂଆ ଅସୁବିଧା ଆଣିଛି। ଭିକି ଏବଂ ଅଭିନେତ୍ରୀ ସାରା ଅଲି ଖାନ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପରବର୍ତ୍ତୀ ଫିଲ୍ମର ଶୁଟିଂ କରୁଛନ୍ତି। ଫିଲ୍ମରୁ ତାଙ୍କ ଲୁକ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି। ନିକଟରେ ସାରାଙ୍କୁ ବିକି ଏକ ବାଇକ୍ରେ ବସାଇ ନେଉଥିବା ଫଟୋ ଭାଇରାଲ ହୋଇଛି। ଏହି ଫଟୋଗୁଡ଼ିକ ଭାଇରାଲ ହେବା ପରେ ଇନ୍ଦୋରରେ ରହୁଥିବା ଜଣେ ବ୍ୟକ୍ତି ବିକିଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ଜୟ ସିଂ ଯାଦବ କହିଛନ୍ତି, ଫିଲ୍ମ ବ୍ୟବହୃତ ଗାଡି ନମ୍ବର ମୋର; ଫିଲ୍ମ ୟୁନିଟ ଏହା ବିଷୟରେ ଅବଗତ କି ନାହିଁ ଜାଣିନି। ଏହା ବେଆଇନ, ବିନା ଅନୁମତିରେ ମୋ ନମ୍ବର ପ୍ଲେଟ ବ୍ୟବହାର କରିପାରିବ ନାହିଁ। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ନମ୍ବର ପ୍ଲେଟକୁ ବେଆଇନ ଭାବେ ବ୍ୟବହାର କରାଯାଇଛି କି ନାହିଁ ଯାଞ୍ଚ କରାଯିବ ବୋଲି ସବ-ଇନ୍ସପେକ୍ଟର ରାଜେନ୍ଦ୍ର ସୋନି କହିଛନ୍ତି। ଫିଲ୍ମ ‘ଲୁକା ଚୁପି ୨’ର ଶୁଟିଂ ପାଇଁ ବିକି-ସାରା ଇନ୍ଦୋରରେ ଅଛନ୍ତି।