ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିକୃତ କରିବା ନେଇ ଥାନାର ଦ୍ୱାରସ୍ଥ ହେଲା ଭାଜପା

କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଉପନିର୍ଦ୍ଦେଶକ,ଉଦ୍ୟାନ କୃଷିବିଭାଗ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫୋଟଚିତ୍ରକୁ ବିକୃତ କରାଯାଇଥିବା ନେଇ ଭାଜପା ପକ୍ଷରୁ ଟାଉନଥାନାରେ ଅଭିଯୋଗ ହୋଇଛ।
ସୂଚନାଯୋଗ୍ୟ, ରାଧାକାନ୍ତ ମହାନ୍ତ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲାକାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ସୂତ୍ରଧର ଓ ଅନ୍ୟମାନେ ଉପନିର୍ଦ୍ଦେଶକ,ଉଦ୍ୟାନ କୃଷିବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ। ତେବେ ସେଠାରେ ଚାଷୀମାନଙ୍କ ପାଇଁ ଆଳୁଚାଷ ପାଇଁ ଆସିଥିବା ବିହନ ପଚିସଢି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହାଦ୍ୱାରା ସରକାରଙ୍କର ବହୁମୂଲ୍ୟ ବିହନ ଜାଣିଶୁଣି ନଷ୍ଟ କରାଯାଉଥିବା ଯୋଗୁ ଆଳୁ ବିହନର କୃତ୍ରିମ ଅଭାବ ଦେଖାଦେଉଥିବା ଅଭିଯୋଗ ହୋଇଛି। ଏହାଛଡ଼ା ଉପନିର୍ଦ୍ଦେଶକ ଉଦ୍ୟାନ କୃଷିବିଭାଗ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋରେ ନିଶଦାଢ଼ି କରି ବିକୃତ କରି ପ୍ରଦର୍ଶନ କରିଛନ୍ତି। ଏହା ସରକାରଙ୍କ ସମସ୍ତ ମାର୍ଗ ଦର୍ଶିକା ଏବଂ ନିୟମକୁ ଉଲ୍ଲଘଂନ କରୁଛି। ତେବେ ଏହାର ଫଟୋ ଏବଂ ଭିଡିଓ ଟାଉନ ଥାନା ଅଧିକାରୀଙ୍କୁ ପଠାଇବା ସହିତ ସଙ୍ଗୀନ ଘଟଣା ଘଟାଇଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ ହୋଇଛି। ଆଜି ପୋଲିସ ଉକ୍ତ ଅଫିସକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ସ୍ଥାନରେ ସିସିଟିଭି ନ ଥିବା ଜଣାପଡ଼ିଛି। ଏନେଇ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି. ଅଭିଯୋଗ ପରେ କେସ୍‌ ରୁଜୁ ହୋଇ ଘଟଣାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri