ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ ନେଇ ଅଭିଯୋଗ ପ୍ରସଙ୍ଗ: ସ୍ପଷ୍ଟୀକରଣ ରଖିଲା ଓପିଏସ୍‌ସି

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଏଏସ୍‌ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗକୁ ନେଇ ସ୍ପଷ୍ଟୀକରଣ ରଖିଛି ଓପିଏସ୍‌ସି। ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି ଆୟୋଗ।

ଓପିଏସ୍‌ସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଆୟୋଗ ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ ପରେ କଟ୍‌ଅଫ୍‌ ପ୍ରକାଶ ପାଇବ। ଉତ୍ତର, କଟ୍‌ଅଫ୍‌ ମାର୍କ, ବ୍ୟକ୍ତିଗତ ମାର୍କ ଚୂଡ଼ାନ୍ତ ରେଜଲ୍ଟ ପରେ ଆସିବ। କେତେକ ପିଲା ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ଭିତ୍ତିହୀନ ଏବଂ ମିଥ୍ୟା। ଅନୁପସ୍ଥିତ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ। ପ୍ରାର୍ଥୀ ଚୟନରେ ଓପିଏସ୍‌ସି ସର୍ବଦା ସ୍ବଚ୍ଛ ଓ ନିରପେକ୍ଷ ଭୂମିକା ଗ୍ରହଣ କରିଥାଏ ବୋଲି ଆୟୋଗ କହିଛି।

Share