ଶିକ୍ଷକ ଅଭାବ ନେଇ ବିଇଓଙ୍କୁ ଅଭିଯୋଗ

କଣ୍ଟିପାଳ,୨୨ା୨(ଡି.ଏନ୍‌.ଏ.): ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତ ବରିଡିହା ୟୁଜିୟୁପି ସ୍କୁଲରେ ଶିକ୍ଷକ ଅଭାବ ଜନିତ ସମସ୍ୟା ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷର କାରଣ ପାଲଟିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ସଂଖ୍ୟା ୨୦୬ ରହିଥିବାବେଳେ ଶିକ୍ଷାଦାନ ପାଇଁ ରହିଛନ୍ତି ମାତ୍ର ଦୁଇ ଜଣ ଶିକ୍ଷକ। ସେଥି ମଧ୍ୟରୁ ଜଣେ ଗଣ ଶିକ୍ଷକ ଅନ୍ୟ ଜଣେ ପ୍ରଧାନ ଶିକ୍ଷକ। ଶିକ୍ଷକ ଜନିତ ସମସ୍ୟା ପାଇଁ ପିଲାଙ୍କ ଶିକ୍ଷାଦାନ ପ୍ରଭାବିତ ହେଉଥିବା ଦାବି କରି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକମାନେ ଆନନ୍ଦପୁର ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ନିଜର ସମସ୍ୟା ଉପସ୍ଥାପନ କରି ଦାବିପତ୍ର ପ୍ରଦାନ କରିଛନ୍ତି। ପିଲାଙ୍କ ପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ପିଲାଙ୍କୁ ଅନୁପାତରେ ତ୍ୱରିତ ବେଗରେ ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇଛି।

Share