ଫାଇଜର, ବାୟୋଟେକ୍‌ ବିରୋଧରେ ଅଭିଯୋଗ

ଓ୍ବାଶିଂଟନ,୨୭ା୮: ଆମେରିକାର ଔଷଧ ନିର୍ମାଣକାରୀ କମ୍ପାନୀ ମଡର୍ନା କୋଭିଡ୍‌ ଟିକା ନିର୍ମାଣକାରୀ ସହଯୋଗୀ କମ୍ପାନୀ ଫାଇଜର ଓ ବାୟୋଟେକ୍‌ ବିରୋଧରେ କୋର୍ଟରେ ଅଭିଯୋଗ କରିଛି। କରୋନା ଟିକା ପ୍ରସ୍ତୁତିରେ ମଡର୍ନା ବ୍ୟବହାର କରୁଥିବା ଏମ୍‌ଆର୍‌ଏନ୍‌ଏ ଟେକ୍‌ନିକ୍‌ର ପାଟେଣ୍ଟସ୍‌ ଫାଇଜର ଓ ବାୟୋଟେକ୍‌ କରିଥିବା ମଡର୍ନା ନିଜ ଅଭିଯୋଗରେ ଉଲ୍ଲେଖ କରିଛି। ମଡର୍ନାର ବିନା ଅନୁମତିରେ ଏହି ଜଟିଳ ଟେକ୍‌ନିକ୍‌ର ନକଲ କରାଯାଇଛି। ଆମେରିକା ମାସାଚ୍ୟୁସେଟ୍‌ରେ ଥିବା ଜିଲା କୋର୍ଟ ଏବଂ ଦୁସେଲଡୋର୍ଫର ଆଞ୍ଚଳିକ କୋର୍ଟରେ ଏ ନେଇ ଅଭିଯୋଗ ଦାଏର ହୋଇଛି। ତେବେ ଏ ସଂକ୍ରାନ୍ତରେ ଫାଇଜର ନିକଟରେ କୌଣସି ନୋଟିସ୍‌ ପହଞ୍ଚି ନ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Share