ଅଭିଯୋଗ ବଢ଼ୁଛି, ଶୁଣିବାକୁ ଅଧିକାରୀ ନାହାନ୍ତି

କେନ୍ଦ୍ରାପଡ଼ା ଅଫିସ,୧୨ା୬: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତରେ ପ୍ରକଳ୍ପ ନ ଥାଇ ବିଲ୍‌ ହେଉଛି। ଏପରି ଅଭିଯୋଗ ପୂର୍ବତନ ସମିତିସଭ୍ୟ ଓ ୱାର୍ଡ ସଭ୍ୟ ପ୍ରମୁଖ ଜିଲାପାଳଙ୍କ ନଜରକୁ ଆଣିଥିଲେ। ଆଳି ବ୍ଲକ ଅଞ୍ଚଳର ୫ଟି ପ୍ରକଳ୍ପରେ ଅନିୟମିତତା ହୋଇଥିବା ନେଇ ଜିଲା ପ୍ରଶାସନ ନିକଟରେ ଶୁକ୍ରବାର ଅଭିଯୋଗ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଅଧୀନରେ ଥିବାରୁ ଶ୍ରମିକ ସମସ୍ୟା ଏଥିରେ ଜଡ଼ିତ ଅଛି। ଏହି ପ୍ରକଳ୍ପର ଅନିୟମିତତାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଗତ ବର୍ଷେ ଧରି ବାରମ୍ବାର ଅଭିଯୋଗ କରୁଛନ୍ତି। ଶ୍ରମିକ ବଦଳରେ ଏଠାରେ ମେଶିନ କାମ କରୁଥିବା ନେଇ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏ ନେଇ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସେମାନେ ହତାଶ ହୋଇଛନ୍ତି। ଅପରପକ୍ଷରେ ଶ୍ରମିକ ବଦଳରେ ମେଶିନ କାର୍ଯ୍ୟ କରିବା ଅଭିଯୋଗ ପଟ୍ଟାମୁଣ୍ଡାଇ, ଆଳି ବ୍ଲକ ଅଞ୍ଚଳରେ ସୀମିତ ନୁହେଁ। ପ୍ରତି ବ୍ଲକ ଅଞ୍ଚଳର ଏପରି ଅଭିଯୋଗ ଜିଲା ପ୍ରଶାସନ ନିକଟରେ ବର୍ଷ ସାରା ପହଞ୍ଚୁଛି। ଏହି ଯୋଜନା ପରିବର୍ତ୍ତିତ ଭାବେ ଆଇନରେ ପରିଣତ ହୋଇଥିଲେ ମଧ୍ୟ ଜିଲାରେ ଅମ୍ବୁଡ୍‌ସମ୍ୟାନ ନିଯୁକ୍ତି ହୋଇ ନ ଥିବାରୁ ଏପରି ସମସ୍ୟା ଦେଖାଦେଇଥିବା ବହୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଏରଡଙ୍ଗର ଅଭୟ କୁମାର ଦାସ କହିଛନ୍ତି, କର୍ମ ନିଯୁକ୍ତି କ୍ଷେତ୍ରରେ ବିକଟ ପରିସ୍ଥିତି ସୃଷ୍ଟି କରିଛି। ଅର୍ଥ ରୋଜଗାର ଏକ ବଡ଼ ସମସ୍ୟା ହୋଇଛି। ଏହି ଦୁଃସ୍ଥିତିରୁ ରକ୍ଷା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ପ୍ରାଥମିକତା ଦିଆଯାଇଥିଲା। ତେବେ ଶ୍ରମିକ ବଦଳରେ ମେଶିନ କାର୍ଯ୍ୟକରିବା ଦ୍ୱାରା ବହୁ ପ୍ରବାସୀ ନିରାଶ ହୋଇଛନ୍ତି। ଅନ୍ୟତମ ଅଭିଯୋଗକାରୀ ଶ୍ରୀତମ ଦାସ କହିଛନ୍ତି, ପ୍ରତି ଜବକାର୍ଡଧାରୀଙ୍କ ଲାଗି ଅନୂ୍ୟନ ୧୦୦ ଦିନ କାମ ପାଇଁ ଯୋଜନା ହୋଇଛି। ପ୍ରକଳ୍ପଗୁଡ଼ିକରେ କର୍ମନିଯୁକ୍ତି ମିଳୁ ନ ଥିବାରୁ ଯୁବବର୍ଗଙ୍କୁ ଜିଲା ବାହାରକୁ ଯିବାକୁ ପଡ଼ୁଛି। ସାମାଜିକ କର୍ମୀ ଅମିତାଭ ଚାନ୍ଦ କହିଛନ୍ତି, ଜିଲାରେ ଅନୂ୍ୟନ ଜଣେ ଅମ୍ବୁଡ୍‌ସମ୍ୟାନ ନିଯୁକ୍ତି ପାଇବାକୁ ଥିବାବେଳେ ଏଥିରେ ୨ ଅଧିକାରୀ ରହିପାରିବେ। ଯୋଜନାର ମୋଟ ୨୩ ବିଭାଗର ଅନିୟମିତତାକୁ ଏହି ଅଧିକାରୀ ତଦାରଖ କରିବେ। ଏହାଦ୍ୱାରା ଯୋଜନାର ଅଗ୍ରଗତି, ଶ୍ରମିକ ସମସ୍ୟା, ମିଛ ମଷ୍ଟରରୋଲ, ପ୍ରକଳ୍ପ ଆଦିର ଅନିୟମିତତାକୁ ରୋକାଯାଇ ପାରିବ। ଜିଲାରେ ଏହି ଅଧିକାରୀ ନ ଥିବାରୁ ସରକାରଙ୍କ ଏହି ଯୋଜନା ଫେଲ ମାରିଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନା ଅଧିକାର କର୍ମୀ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି, ୨୦୧୦ ମସିହାରେ ଯୋଜନାର ସୁପରିଚାଳନା ପାଇଁ ଆଇନର ଧାରା ୨୭ରେ ଅମ୍ବୁଡ୍‌ସମ୍ୟାନ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାର ୨୦୧୧ ଓ ୨୦୧୨ ମସିହାରେ ପ୍ରତ୍ୟେକ ଜିଲାରେ ଅମ୍ବୁଡ୍‌ସମ୍ୟାନ ନିଯୁକ୍ତ କରିଥିଲେ। ଏହାର ଅବଧି ଶେଷ ପରେ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲା ସମେତ ରାଜ୍ୟର ୧୯ଟି ଜିଲାରେ ଏହି ପଦବୀ ପୂରଣ ହୋଇନାହିଁ। ଫଳରେ ଶ୍ରମିକ ସମସ୍ୟାକୁ ନେଇ ସମାଧାନ ହୋଇପାରୁନାହିଁ। ବହୁ ସମୟରେ ପ୍ରକଳ୍ପରେ ଅନିୟମିତତା ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଯୋଜନାର ସାମାଜିକ ସମୀକ୍ଷା ବୈଠକ ହେଉଛି। ଏଥିରେ ଅନିୟମିତତା ଅଭିଯୋଗକୁ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri