ରେଜଲ୍ଟରେ ତ୍ରୁଟି ଥିଲେ ୨୩ ସୁଦ୍ଧା ଅଭିଯୋଗ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଚଳିତ ବର୍ଷ କରୋନା ଯୋଗୁ ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଇଥିଲା। ଛାତ୍ରୀଛାତ୍ରଙ୍କୁ ଅଲଟରନେଟିଭ୍‌ ଆସେସମେଣ୍ଟ ସ୍କିମ୍‌ ଅନୁଯାୟୀ ମାର୍କ ପ୍ରଦାନ କରାଯାଇଛି। ରେଜଲ୍ଟରେ ତଥ୍ୟ ଆଧାରିତ ତ୍ରୁଟି ଥିଲେ ଛାତ୍ରୀଛାତ୍ରମାନେ ଜଣାଇପାରିବେ। ସେମାନେ ଏ ସମ୍ପର୍କରେ ଆସନ୍ତା ୨୩ ତାରିଖ ଭିତରେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଉପଯୁକ୍ତ ପ୍ରମାଣ ସହ ଅଭିଯୋଗ ଦାଖଲ କରିବେ। ଅଧ୍ୟକ୍ଷ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବେ। ଏହା ସତ୍ୟ ହୋଇଥିଲେ, ଅଧ୍ୟକ୍ଷମାନେ ମାର୍କଶିଟ୍‌ ଓ ଅନ୍ୟାନ୍ୟ ପ୍ରମାଣଗତ ଦସ୍ତାବିଜ ସହ ପରୀକ୍ଷା ନିୟନ୍ତ୍ରକଙ୍କୁ ୨୪ତାରିଖ ମଧ୍ୟରେ ପଠାଇବେ। ସେପଟେ ଯେଉଁ ଛାତ୍ରୀଛାତ୍ରମାନେ ମାର୍କରେ ସନ୍ତୁଷ୍ଟ ନୁହନ୍ତି ସେମାନେ ଚାହିଁଲେ ଅଫ୍‌ଲାଇନ ପରୀକ୍ଷା ଦେଇପାରିବେ। ଅଫ୍‌ଲାଇନ ପରୀକ୍ଷା ସର୍ମ୍ପକରେ ସବିଶେଷ ସୂଚନା ଏବଂ ବିଜ୍ଞପ୍ତି ଆସନ୍ତା ୨୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି।

Share