Categories: ଜାତୀୟ

କରୋନା ଯୋଗୁ ଶରୀରରେ ଅମ୍ଳଜାନସ୍ତର କମ୍‌ ହେଉଛି କି? ନ ଡ଼ରି ଏଭଳି କରନ୍ତୁ; ମିଳିବ ଲାଭ…

ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରର ସାମ୍ନା କରୁଛି ଭାରତ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆବଶ୍ୟକୀୟ ଚିକିତ୍ସାକୁ ନେଇ ଅସୁବିଧା ପରିଲକ୍ଷିତ ହେଉଛି। ଦେଶର ବିଭିନ୍ନ ସହରରେ ଥିବା ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ସିଲିଣ୍ଡରର ଅଭାବ ଦେଖାଦେଇଛି। ଫଳରେ ନିଃଶ୍ୱାସପ୍ରଶ୍ୱାସ ନ ନେଇପାରିବା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ନଜିରକୁ ଆସୁଛି। ତେବେ ଯେଉଁ ରୋଗୀଙ୍କ ଅମ୍ଳଜାନ ସ୍ତର ୮୦ରୁ କମ୍‌, ସେମାନଙ୍କୁ ଅକ୍ସିଜେନର ଆବଶ୍ୟକତା ପଡ଼ିଥାଏ। ହେଲେ ଯଦି ଆପଣଙ୍କ ଅମ୍ଳଜାନସ୍ତର ୯୦ ରୁ ୯୪ ମଧ୍ୟରେ ଥାଏ ତେବେ ଆପଣ ଘରେ କିଛି ବିଶେଷ ବ୍ୟାୟାମ କରି ଅମ୍ଳଜାନସ୍ତରକୁ ନିୟନ୍ତ୍ରଣ କରିପାରିବେ।

ଉପାୟ:
ଡାକ୍ତରଙ୍କ ଅନୁଯାୟୀ ‘ପ୍ରୋନ୍‌ ପୋଜିସନ’ରେ ଜଣେ ବ୍ୟକ୍ତିକୁ ଅମ୍ଳଜାନ ଠିକ୍‌ ଭାବେ ମିଳିଥାଏ। ଏଥିପାଇଁ ତାଙ୍କୁ ପେଟେଇ ଶୋଇବାକୁ ପଡ଼ିଥାଏ। ଏହି ସମୟରେ କପାଳ ପାଖରେ ଗୋଟିଏ ତକିଆ, ଛାତି ତଳେ ଦୁଇଟି ତକିଆ ଏବଂ ଆଣ୍ଠୁ ପାଖରେ ଗୋଟିଏ ତକିଆ ରଖିବାକୁ ପଡ଼ିଥାଏ। ପରେ ଜୋର୍‌ରେ ନିଃଶ୍ୱାସ ନେବା ଉଚିତ।

ଲାଭ: ଏହାଦ୍ୱାରା ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଫୁସ୍‌ଫୁସ୍‌ରେ ପହଞ୍ଚିଥାଏ। ଫଳରେ ଶରୀରରେ ଅମ୍ଳଜାନସ୍ତର ବଜାୟ ରହିଥାଏ। ଏପରି କରିବା ଦ୍ୱାରା କୌଣସି ବ୍ୟକ୍ତିଙ୍କୁ ତୁରନ୍ତ ଅମ୍ଳଜାନ ପାଇଁ ତୁରନ୍ତ ଡାକ୍ତରଖାନା ଅଥବା ସିଲିଣ୍ଡରର ଆବଶ୍ୟକତା ପଡ଼ି ନ ଥାଏ।

Share