ଔରଙ୍ଗାବାଦରେ ଲାଗିଲା ଲକଡାଉନ

ଔରଙ୍ଗାବାଦ,୧୩ ।୩: ମହାରାଷ୍ଟ୍ରରେ ବେଳକୁ ବେଳ ମାଡି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦେଖି ସେଠାକାର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ ଜାରି କରାଗଲାଣି । ନାଗପୁର ପରେ ଏବେ ଔରଙ୍ଗାବଦରେ ବି ଲକଡାଉନ ଜାରି କରାଯାଇଛି । ସପ୍ତାହ ଶେଷରେ ଅର୍ଥାତ୍ ଶନିବାର ଓ ରବିବାର ଔରଙ୍ଗାବାଦ ବନ୍ଦ ରହିବ । ଏବେସୁଦ୍ଧା ଔରଙ୍ଗାବାଦରେ ୫୭ ହଜାର ୭୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୫୬୯ଜଣଙ୍କ ଚିକ୍‌ିତ୍ସା ଚାଲୁଛି । ଏହାକୁ ଦେଖି ସରକାର ସପ୍ତାହ ଶେଷରେ ଲକଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବେଳକୁ ବେଳ କଡା ପଦକ୍ଷେପ ନେଉଛନ୍ତି । ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯଦି ସ୍ଥିତି ଅଣାୟତ୍ତ ହୁଏ ତେବେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇପାରେ ।

Share