୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ଅଲ୍‌ ଓଡ଼ିଶା ୧୦୮ କର୍ମଚାରୀ ମହାସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ ଏବଂ ସିଡିଏମ୍‌ଓଙ୍କୁ ଏକ ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ଉପସ୍ଥିତ ନ ଥିବାରୁ ଏହାକୁ ଅତିରିକ୍ତ ଜିଲାପାଳ ବୈତାରୁ ଦୀପ ଗ୍ରହଣ କରିଥିଲେ। ସେହିପରି ସିଡ଼ିଏମ୍‌ଓଙ୍କ ଅନୁପସ୍ଥିତିରେ ଭାରପ୍ତାପ୍ତ ଡିପିଏମ୍‌ ଭବାନୀ ଶଙ୍କର ସାହୁ ଗ୍ରହଣ କରିଥିଲେ।

ଆସନ୍ତା ୨୯ ତାରିଖ ସୁଦ୍ଧା ଦାବିଗୁଡିକର ସମାଧାନ କରା ନ ଗଲେ ୩୦ ତାରିଖରୁ ଜିପିଏସ୍‌ ବନ୍ଦ କରି ରୋଗୀ ସେବା କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷେ ସରକାର ଦାବିପୂରଣ ନ କରନ୍ତି ତାହା ହେଲେ ନଭେମ୍ବର ୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବିଗୁଡିକ ହେଲା କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କୁ ନୂତନ କମ୍ପାନୀରେ ନିଯୁକ୍ତ, କାର୍ଯ୍ୟ କରିବାର ଠିକ ସମୟ ଓ ପାରିଶ୍ରମିକ ନିର୍ଦ୍ଧାରଣ, ୧୨ ଘଣ୍ଟାର କାର୍ଯ୍ୟକୁ ୧୨ ଘଣ୍ଟାର ପ୍ରାପ୍ୟ, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଠିକାସଂସ୍ଥାରୁ ମୁକ୍ତ କରି ନିୟମିତ କରାଯାଉ, ୧୦୮ ଆମ୍ବୁଲାନ୍ସ କର୍ମୀଙ୍କ ମୃତ୍ୟୁ ହେଲେ ଅନୁକମ୍ପା ରାଶି ୨୦ ଲକ୍ଷ ଓ ଅକର୍ମଣ୍ୟ ହେଲେ
୧୦ ଲକ୍ଷ ଟଙ୍କା ରାଶି ପ୍ରଦାନ ଆଦି ରହିଛି। ଜିଲା ସଭାପତି ଶୁଭେନ୍ଧୁ ମେହେର, ସମ୍ପାଦକ ସନ୍ଥ କୁମାର ସାହୁଙ୍କ ନେତୃତ୍ୱରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର...

ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଲେ ସ୍ବେଚ୍ଛାଗ୍ରାହୀ

କୋକସରା,୨୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପାରିଶ୍ରମିକ ବୃଦ୍ଧି ଓ ଥଇଥାନ ନେଇ କଳାହାଣ୍ଡି ଜିଲା ସ୍ବେଚ୍ଛାଗ୍ରାହୀ ସଂଘ ପକ୍ଷରୁ ସଭାପତି ତେଜରାଜ ଦୁରିଆଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ...

୧୪ ବର୍ଷ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

ପ୍ରଣିତା ହେଲେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ

ହିଞ୍ଜିଳିକାଟୁ, ୨୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ପ୍ରବୋସନାରୀ ଆଇଏଏସ ପ୍ରଣିତା ଦାସ...

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ...

ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ...

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri