ଚାଇନା ବିମାନକୁ ତାଇଓ୍ବାନ ଖସାଇବା ଖବର ମିଛ: ଚାଇନା

ବେଜିଂ,୪।୯: ଚାଇନାର ଏକ CCP SU-35 ବିମାନକୁ ତାଇଓ୍ବାନ ଖସାଇ ଦେଇଥିବା ଖବର ଶୁକ୍ରବାର ସକାଳେ ବିଭିନ୍ନ ଗଣ ମାଧ୍ୟମରେ ଦେଖିବାକୁ ମିଳିଥିଲା। ହେଲେ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି କହିଛି ଚାଇନାର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ। ଗଣମାଧ୍ୟମର ସୂଚନା ଥିଲା କି ତାଇଓ୍ବାନର ଏୟାର ଡିଫେନ୍ସ ସିଷ୍ଟମ ଚୀନର ପିପୁଲ୍ସ ଆର୍ମି ଏୟାର ଫୋର୍ସର ଏକ CCP SU-35 ଲଢୁଆ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଛି। ଏହି ବିମାନଟି ତାଇଓ୍ବାନର ବାୟୁସୀମା ଟପୁଥିବାବେଳେ ଏଭଳି ଘଟଣା ଘଟିଛି। ତାଇଓ୍ବାନ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ ଚାଇନା ଏହାକୁ ଖାତିର କରି ନ ଥିଲା। ତେଣୁ ତାଇଓ୍ବାନ ଚାଇନାର ଉକ୍ତ ଲଢୁଆ ବିମାନକୁ ଖସାଇ ଦେଇଥିଲା।

Share