ମୁମ୍ବାଇ,୧୨।୧୧: ‘ଦେଶକୁ ଅସଲ ସ୍ବାଧୀନତା ୨୦୧୪ରେ ମିଳିଥିଲା। ୧୯୪୭ରେ ଦେଶକୁ ଭିକ୍ ମିଳିଥିଲା’। ଏଭଳି ବୟାନ ଦେବା ପରଠାରୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାଓ୍ବତ। ବିଭିନ୍ନ ରାଜନୈତିକ ଦଳ ଭଳି ତାଙ୍କ ଉପରୋକ୍ତ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଭାଜପାର ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ।
”ଦେଶର ସ୍ବାଧୀନତା ସଂଗ୍ରାମ ଉପରେ କଙ୍ଗନା ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ରୂପେ ଭୁଲ। ସ୍ବାଧୀନତା ସଂଗ୍ରାମ ଉପରେ ଖରାପ ମନ୍ତବ୍ୟ ଦେବାର ଅଧିକାର କାହାରି ନାହିଁ“ ବୋଲି ବୋଲି ପାଟିଲ କହିଛନ୍ତି।
ଏକ ଗଣାମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେଇ ରାଣାଓ୍ବତ କହିଥିଲେ, ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାଧାରଣ ବ୍ୟକ୍ତି ଅସଲ ସ୍ବାଧୀନତା ଉପଭୋଗ କରୁଛି। ବର୍ତ୍ତମାନ ଦେଶରେ କେହି ନାହାନ୍ତି, ଯିଏ ଦିନକୁ ଦୁଇ ବେଳା ଖାଇବାକୁ ପାଉ ନାହିଁ। କେନ୍ଦ୍ର ସରକାର ଗରୀବଙ୍କୁ ୧୦୫ ଟଙ୍କାରେ ୩୫ କେଜି ଖାଦ୍ୟ ଶସ୍ୟ ବାଣ୍ଟୁଛନ୍ତି।