କିମ୍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୭ା୭(ଅସମାପିକା ସାହୁ): ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର କରି ଏହାକୁ ସଳଖ କରି ପାରିଛନ୍ତି କିମ୍ସର ଡାକ୍ତର। ସ୍କୋଲିଓସିସ୍‌ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିବା ଏହି ବାଳିକାଙ୍କ ଅଭିଭାବକ ବହୁ ଖ୍ୟାତି ସମ୍ପନ୍ନ ଡାକ୍ତରଖାନାରୁ ନିରାଶ ହୋଇ ଶେଷରେ କିମ୍ସ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସ୍ପାଇନ ସର୍ଜନ ଡା ଜିତେନ୍ଦ୍ର କୁମାର ରାଉତ ରୋଗୀଙ୍କୁ ଦେଖିବା ପରେ ଏହା ‘ଇଡିଓପାଥିକ ସ୍କୋଲିଓସିସ୍‌’ ନାମକ ଏକ ପ୍ରକାର ମେରୁଦଣ୍ଡ ଜନିତ ସମସ୍ୟା ବୋଲି ଜାଣି ତୁରନ୍ତ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ନିଶ୍ଚେତକ ବିଭାଗର ଡା ସଞ୍ଜୀବ ଗିରି ଓ ରାଜ ମୋହନଙ୍କ ସହଯୋଗରେ ସ୍ପାଇନ ସର୍ଜନ ଡା ରାଉତ ଏହି ଅସ୍ତ୍ରୋପଚାର କରିଥିଲେ। ବାଳିକାଙ୍କ ମେରୁଦଣ୍ଡ ଇଂରାଜୀ ଅକ୍ଷର ‘ଏସ୍‌’ ଆକୃତିର ହୋଇଯାଇଥିଲା, ଯାହା ଭବିଷ୍ୟତରେ ତାଙ୍କ ପାଇଁ ଆହୁରି ଅନେକ ସମସ୍ୟା ସୃଷ୍ଟି କରିଥାନ୍ତା ବୋଲି ଡା. ରାଉତ ପ୍ରକାଶ କରିଛନ୍ତି। କିମ୍ସରେ ଦକ୍ଷ ଡାକ୍ତର, ଉନ୍ନତ ଜ୍ଞାନକୈଶଳ ଓ ଯନ୍ତ୍ରାଂଶ ଉପଲବ୍ଧ ଯୋଗୁ ଏଭଳି ବିରଳ ମେରୁଦଣ୍ଡ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । କିଛି ଦିନ ବିଶ୍ରାମ ପରେ ସେ ସ୍ବାଭାବିକ ଜୀବନଯାପନ କରିପାରିବେ ବୋଲି ଡାକ୍ତର ରାଉତ କହିଛନ୍ତି। ସାଧାରଣତଃ ୧୦ରୁ ୧୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ଦେଖାଦେଇପାରେ। ତୁରନ୍ତ ରୋଗର ଚିହ୍ନଟ ଓ ଉପଯୁକ୍ତ ସମୟରେ ଏହାର ଚିକିତ୍ସା କରାଗଲେ ଏହି ରୋଗର ଉପଶମ ହୋଇପାରିବ। ଏହା ରୋଗୀର ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ମାନକୁ ପ୍ରଭାବିତ କରିପାରେ। ଏପରି ରୋଗୀ ଅନେକ ସମୟରେ ଥଟ୍ଟା ଏବଂ ଉପହାସର ପାତ୍ର ହୋଇଥାନ୍ତି। କମ୍‌ ବୟସରୁ ହିଁ ଏହାର ଚିକିତ୍ସା କରାଯିବା ଆବଶ୍ୟକ ନଚେତ ବୟସ ବଢ଼ିବା ସହିତ ଏହାର ଚିକତ୍ସା ମଧ୍ୟ ଅଧିକ ଜଟିଳ ହୋଇଯାଇଥାଏ ବୋଲି ଡା. ରାଉତ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଥମଥର ପାଇଁ ଓଡ଼ିଶାରେ ଏକ ଘରୋଇ ହସ୍ପିଟାଲରେ ଏଭଳି ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର କରାଯାଇପାରିଛି। ଏଭଳି ବିରଳ ଅସ୍ତ୍ରୋପଚାର କରି ‘କିମ୍ସ’ ରାଜ୍ୟର ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ପ୍ରମାଣିତ କରିପାରିଛି। ଏହି ମେରୁଦଣ୍ଡ ଅସ୍ତ୍ରୋପଚାର ସାଧାରଣତଃ ୭-୮ ଘଣ୍ଟା ସମୟ ଲାଗିଥାଏ, କିନ୍ତୁ କିମ୍ସର ସ୍ପାଇନ ସର୍ଜନ ତଥା ଓ ସ୍ପାଇନ ସଂଘର ସମ୍ପାଦକ ଡା. ରାଉତ ଏବଂ ତାଙ୍କ ଡାକ୍ତରୀ ଦଳ ମାତ୍ର ୪ ଘଣ୍ଟାରେ ଏହି ସଫଳ ଅସ୍ତ୍ରୋପଚାର କରିପାରିଥିଲେ। ଏଭଳି ବିରଳ ଅସ୍ତ୍ରୋପଚାର ପାଇଁ କିଟ୍‌, କିସ୍‌ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା. ରାଉତ ଓ ତାଙ୍କ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇବା ସହ ବାଳିକାର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅଧୀନରେ ରୋଗୀଙ୍କର ମାଗଣା ଚିକିତ୍ସା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri