ଭୁବନେଶ୍ୱର,୨୩ା୩(ବ୍ୟୁରୋ): ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ ଏବଂ ୨ ବିଇଓଙ୍କୁ ଚାକିରିରୁ ବିଦା କରାଯାଇଛି। ଏ ପର୍ଯ୍ୟନ୍ତ ୧୬୪ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସରିଲାଣି। ସମ୍ବଲପୁର ଇଲେକ୍ଟ୍ରିକାଲ ବିଭାଗର ମୁଖ୍ୟ ଯନ୍ତ୍ରୀ ସୁନିଲ କୁମାର ପଣ୍ଡା, ବ୍ରହ୍ମପୁର ଗ୍ରାମ୍ୟ ବିଦ୍ୟୁତ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ, ଡେପୁଟୀ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ ଭୂୟାଁ, ପ୍ରଶାନ୍ତ ମିଶ୍ର ଚାକିରିରୁ ବିଦା ହୋଇଛନ୍ତି। ସେହିପରି ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା, ଗଜପତି ଜିଲା ନୂଆଗଡ଼ ବିଇଓ ବ୍ରଜ କୁମାର ନାୟକଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।