ଆସୋସିଏଟ୍‌ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର

ସମ୍ବଲପୁର,୫ା୧୦(ଶୁଭାଶିଷ ପାଢ଼ୀ): ସମ୍ବଲପୁର ବୁର୍ଲା ଭିସୁଟ୍‌ର କମ୍ପ୍ୟୁଟର ଆପ୍ଲିକେସନ ବିଭାଗ ଆସୋସିଏଟ୍‌ ପ୍ରଫେସର ସସ୍ମିତା କୁମାରୀ ପାଢୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଭିସୁଟ୍‌ କର୍ତ୍ତୃପକ୍ଷ ଏ ନେଇ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ପ୍ରଫେସର ପାଢ଼ୀଙ୍କ ନାମରେ ଅଭ୍ୟାସଗତ ବିଶୃଙ୍ଖଳିତ ଆଚରଣ ଓ ବିଶ୍ୱବିଦ୍ୟାଳୟର ଅନୁଶାସନ ଭଙ୍ଗ ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗର ସତ୍ୟତା ଥିବା ନେଇ ତଦନ୍ତ କମିଟି ଜାଣିବାକୁ ପାଇଥିଲା। ତଦନ୍ତ କମିଟି ରିପୋର୍ଟ ଓ ସମସ୍ତ ପ୍ରମାଣପତ୍ରକୁ ଆଧାର କରି ଭିସୁଟ୍‌ ପରିଚାଳନା କମିଟି ତାଙ୍କୁ ବାଧ୍ୟତାମୂଳକ ଚାକିରିରୁ ଅବସର ଦେବାକୁ ନିଷ୍ପତ୍ତି ନେଇଥିଲା। ଓଡିଶା ସରକାରଙ୍କ ଚାକିରି ସର୍ତ୍ତାବଳୀ ଓ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share