ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷା ଠପ୍‌

ବୌଦ୍ଧ,୧୬।୭( ଅଜିତ କୁମାର ବାରିକ )ଶିକ୍ଷାର ଉନ୍ନତି ସକାଶେ ସରକାର ଗୁରୁତ୍ୱ ଦେବା ସହ ବର୍ତ୍ତମାନ ବିଦ୍ୟାଳୟଗୁଡିକ ୫-ଟିରେ ରୂପାନ୍ତରିତ କରାଯାଇ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି ା ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ପୂର୍ବରୁ ସର୍ବଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରାଯାଇ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ କରାଯାଇଥିଲା। କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି ୨୦୧୪ ମସିହାରେ ସରକାର ପ୍ରତ୍ୟେକ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଅଷ୍ଟମ ରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ପ୍ରଚଳନ କରିଥିଲେ। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରତ୍ୟେକ ବିଦ୍ୟାଳୟରେ କମ୍ପ୍ୟୁଟର ଲାବ୍‌ ନିର୍ମାଣ ସହିତ ବିଦ୍ୟୁତିକରଣ ଓ କମ୍ପ୍ୟୁଟର ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଛାତ୍ରୀଛାତ୍ରମାନେ ବାହାରେ କମ୍ପ୍ୟୁଟର ଶିଖିବାର ସୁଯୋଗ ପାଉ ନ ଥିବା ବେଳେ ବିଦ୍ୟାଳୟ ପାଠ୍ୟକ୍ରମରେ କମ୍ପ୍ୟୁଟର ଶିକ୍ଷା ପାଇବା ଯୋଗୁ ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିଲା। ଏହି ଯୋଜନାରେ ବୌଦ୍ଧ ଜିଲାର ୨୮ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଆରମ୍ଭ କରାଯାଇଥିଲା। ମାତ୍ର କମ୍ପ୍ୟୁଟର ଶିକ୍ଷକ ଅଭାବରୁ ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଶିକ୍ଷକ ନ ଥିବାରୁ କିଛିଦିନ ପରେ କମ୍ପ୍ୟୁଟର ଲ୍ୟାବ୍‌ରେ ତାଲା ପଡିଲା। ଫଳରେ ଛାତ୍ରୀଛାତ୍ର କମ୍ପ୍ୟୁଟର ଥାଇ ବି କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚତ୍ତ ହେବା ସହ କିଣାଯାଇଥିବା କମ୍ପ୍ୟୁଟର, ଜେନେରେଟର, ପ୍ରୋଜେକ୍ଟର, ପ୍ରିଣ୍ଟର ଆଦି ଖତ ଖାଉଛି ା ଆଉ କେତେକ ବିଦ୍ୟାଳୟରେ ଠିକା ଭିତ୍ତିରେ କମ୍ପ୍ୟୁଟର ଶିକ୍ଷକ ଯୋଗାଇ ଦିଆଯାଇଥିଲା। ଛାତ୍ରୀଛାତ୍ରମାନଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ସପ୍ତାହକୁ ୩ ଦିନ ପ୍ରାକ୍ଟିକାଲ ଓ ୩ ଦିନ ଥିଓରି କ୍ଲାସ ହେବାକୁ ସ୍ଥିର ହୋଇଥିଲା। ସେହିପରି ୬ ମାସରେ ଥରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କମ୍ପ୍ୟୁଟର ଜ୍ଞାନ କୌଶଳ ପରୀକ୍ଷା ମଧ୍ୟ ହେଉଥିଲା ା ମାତ୍ର ଉକ୍ତ କମ୍ପ୍ୟୁଟର ଶିକ୍ଷକମାନଙ୍କ ଚୁକ୍ତି ସମାପ୍ତ ପରେ ଆଉ ନବୀକରଣ କରା ନ ଯାଇ ସମସ୍ତଙ୍କୁ ଛଟେଇ କରି ଦିଆଯାଇଥିଲା। ସୂଚନା ମୁତାବକ, ସରକାର ସର୍ଭିସ ପ୍ରୋଭାଇଡର ମାଧ୍ୟମରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିଥିଲେ। ଉକ୍ତ କମ୍ପ୍ୟୁଟର ଶିକ୍ଷକମାନଙ୍କ ୫ ବର୍ଷର ଚୁକ୍ତିଭିତ୍ତିକ ନିଯୁକ୍ତି ଥିବାରୁ ସେମାନଙ୍କୁ ୨୦୧୯ ଏପ୍ରିଲରେ ଛଟେଇ କରିଦିଆଯାଇଥିଲା। ତେବେ ଗ୍ରୀଷ୍ମଛୁଟି ପରେ କମ୍ପୁଟର ଶିକ୍ଷକମାନଙ୍କ ଚୁକ୍ତିର ନବୀକରଣ କରାଯିବା କିମ୍ବା ତାଙ୍କ ସ୍ଥାନରେ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତିି ଦିଆଯାଇ ନ ଥିବାରୁ ସ୍କୁଲଗୁଡିକରେ କମ୍ପ୍ୟୁଟର ଶିକ୍ଷା ଠପ୍‌ ହୋଇପହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri