Categories: ଫୁରସତ

କମ୍ପ୍ୟୁଟର ହୁଡ ପ୍ରାଇଭେସି ସ୍କାର୍ଫ

କମ୍ପ୍ୟୁଟରରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଥାଉ। ତେଣୁ ବେଳେବେଳେ କାମ କରିବା ସମୟରେ ଆମେ ଏକାନ୍ତ ଚାହୁଁ। ଯେମିତିକି ସେହି ଗୁରୁତ୍ୱପୂର୍ଣ୍ଣ କାମକୁ ଅନ୍ୟ କେହି ନ ଦେଖନ୍ତୁ। ଏଇ ପ୍ରାଇଭେସିକୁ ନଜରରେ ରଖି ଲଣ୍ଡନର ରୟାଲ କଲେଜ୍‌ ଅଫ୍‌ ଆର୍ଟର ଛାତ୍ର ମୋ ମାଲିଆ ଡିଜାଇନ୍‌ କରିଛନ୍ତି ଏକ ସ୍ବତନ୍ତ୍ର ପ୍ରକାରର ସ୍କାର୍ଫ। ଯାହାର ନାଁ କମ୍ପ୍ୟୁଟର ହୁଡ ପ୍ରାଇଭେସି ସ୍କାର୍ଫ। ଏହା ଏମିତି ଏକ ହୁଡ ସ୍କାର୍ଫ ଯାହା ଦ୍ୱାରା ବ୍ୟକ୍ତିଙ୍କ ମୁଣ୍ଡ ସହ କମ୍ପ୍ୟୁଟରର ପୁରା ସ୍କ୍ରିନ ଲୁଚିଯିବ। ଆଉ ଗହଳିରେ ବି ଏହାକୁ ପିନ୍ଧି ପ୍ରାଇଭେଟ୍‌ଲି କାମ କରିହେବ। ତେବେ କମ୍ପ୍ୟୁଟର ପାଇଁ ନୁହେଁ ସେ ମୋବାଇଲ୍‌ ପାଇଁ ବି ଏଭଳି ସ୍କାର୍ଫ ତିଆରି କରିଛନ୍ତି। ଯଦ୍ୱାରା କି ମୋବାଇଲରେ ବ୍ୟକ୍ତିଗତ ଚାଟିଂ ହେଉକି ଅନ୍ୟ କିଛି ବ୍ୟକ୍ତିଗତ କାମ କରିବାବେଳେ ଏହାକୁ ପିନ୍ଧି ଆରାମରେ କରିପାରିବେ।

Share