କେସିଙ୍ଗା,୧୮।୮:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପାଞ୍ଚଯାତ ନିର୍ବାହୀ ଅଧିକାରୀମାନେ ୨ ଦଫା ସମ୍ବଳିତ ଦାବିନେଇ ଶୁକ୍ରବାର ଧାରଣାରେ ବସିଛନ୍ତି। ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି ଧାରଣର ଦିଆଯାଇଛି। କେସିଙ୍ଗା ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ ଯୋଗ ଦେବେ ନାହିଁ ବୋଲି କେସିଙ୍ଗା ବଡିଓ ପ୍ରଫୁଲ୍ଲ କୁମାର ଅଦୁଙ୍କୁ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାହୀ ଅଧିକାରୀଙ୍କ ୨ଟି ଦାବି ହେଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ ଓ +୩ କରିବା ସହିତ ଦରମା ହାର ପାଞ୍ଚ ଲେବୁଲରୁ ନଅ ଲେବୁଲକୁ ଧାଯ୍ୟ କରାଯାଉ । ଦ୍ୱିତୀୟରେ ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ କରିଥିବା ପଦାଧିକାରୀ ମାନଙ୍କୁ ପଦୋନ୍ନତି ପ୍ରଦାନ କରାଯାଉ । ଏହା ସହିତ ପଞ୍ଚାୟତ ଡେଭଲମେଣ୍ଟ ଅଫିସର ପଦବୀରେ ସତ ପ୍ରତିଶତ ପଦୋନ୍ନତି କରାଯାଉ ଓ ଶେଷରେ ଓପିଆରଏସ କେଡର ରୁଲରେ ଅନ୍ତରଭୁକ୍ତ କରାଯାଉ। ଏହି ଗଣ ଧାରଣାରେ ଜିଲା ଉପସଭାପତି ନରେନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଉଗ୍ରେସନ ଗୌଡ଼, ଯୁଗ୍ମ ସମ୍ପାଦକ ଲମ୍ଭୁ ଶିଖା ପ୍ରମୁଖ ସାମିଲ ହୋଇ ଦାବିପୂରଣ ହେବା ପର୍ଯ୍ୟନ୍ତ ଗଣଧରଣାକୁ ସମର୍ଥନ କରାଯିବ ବୋଲି ସୂଚନା ଦେଇଛନ୍ତି।